ଜୀବନ କ୍ଳବ ପରିସରରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ

0
248

ବ୍ରହ୍ମପୁର,୧୭/୦୯/୨୦୨୧( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସିଟି ହସ୍ପିଟାଲ ମାର୍ଗ ସ୍ଥିତ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଜୀବନ କ୍ଳବ୍ ପରିସରରେ ମହାପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ବିଶ୍ଵକର୍ମା ଦେବଙ୍କ ଆନୁଷ୍ଠାନିକ ୪୭ ତମ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ ତଥା ସରକାରଙ୍କ ମାର୍ଗ ଦର୍ଶିକା କୁ ସମ୍ମାନ ଜଣାଇ ବିଭାଗୀୟ କତ୍ତୃପକ୍ଷ ଓ କର୍ମଚାରୀ ମାନଙ୍କ ସହଯୋଗ ରେ ନିରାଡମ୍ବର ଭାବରେ ପାଳନ କରାଯାଇଛି। ବିଭାଗ ର ସହକାରୀ ଯନ୍ତ୍ରୀ ତଥା ପୂଜା କମିଟି ଅଧ୍ୟକ୍ଷ ଇଂ. ଜଗଦୀଶ ପାତ୍ର କର୍ତ୍ତା ଭାବେ ଯୋଗଦାନ କରିଥିବା ବେଳେ ପୁରୋହିତ ଭାବେ ବିଜୟ ଚନ୍ଦ୍ର ପଣ୍ଡା ହୋମ ଏବଂ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । କମିଟି ର ସଭାପତି ରଘୁନାଥ ପାତ୍ର, ସମ୍ପାଦକ ରବି କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଡି. ଗୁରୁନାଥ ଓ ପୂର୍ବତନ ସଭାପତି ପ୍ରତାପ ଚନ୍ଦ୍ର ବିଷୋୟୀଙ୍କ ସମେତ ଜି. ଲବ, ଶିଶିର କୁମାର ଗୌଡ଼,ନବ କିଶୋର ପଡିହାରୀ, ରଶ୍ମି କୁମାର ପାଣିଗ୍ରାହୀ, ପ୍ରତାପ ଗୌଡ଼, ବାପି ମହାରଣା, ଶ୍ୟାମଘନ ସାହୁ,କେ. ଆଶିର୍ବାଦ ପ୍ରମୁଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here