୭୭ ବର୍ଷରେ ବି ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ

0
135

ବେଲଗୁଣ୍ଠା,୧୭/୦୯/୨୦୨୧ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପଞ୍ଚାୟତ ପାଇଲିପଡା ଗ୍ରାମ ଉସ୍ତପଲି ସାହିର ଏଭଳି ଏକ ଘଟଣା ନଜରକୁ ଆସିଛି, ଯାହା ସରକାର ଙ୍କ ଯୋଜନା ର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି। ସେହି ଗ୍ରାମର ମହରଗ ମହାନ୍ତି ନାମକ ଜଣେ ବୃଦ୍ଧ ୭୭ବର୍ଷ ଅତିକ୍ରମ କରିବାକୁ ଗଲାଣି କିନ୍ତୁ ସରକାର ଙ୍କ ନଜର ପଡିନି ତାଙ୍କରି ଉପରେ । ଯୋଜନା ମାଳ ମାଳ ହେଲେ ବୃଦ୍ଧ ଙ୍କ ଭତ୍ତା କାହା ସ୍ୱାର୍ଥ ରେ ।କିଛି ବର୍ଷ ତଳେ ନିଜ ସ୍ତ୍ରୀ ଙ୍କୁ ହରାଇ ବର୍ତ୍ତମାନ ଏକା ଏକା ଜୀବନ ବିତାଉଛନ୍ତି ।ବାରମ୍ବାର ଗୁହାରି କରି ମଧ୍ୟ ନିରାଶ। କେବଳ ମିଳିବାର ଆଶ୍ୱାସନା , କେହି ଶୁଣୁ ନାହାନ୍ତି। ସେ କହିବା ଅନୁସାରେ ୨ ବର୍ଷ ହେଲାଣି ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ଉପର ଅଧିକାରୀ ସମସ୍ତ ଙ୍କୁ ଜଣାଇ ବର୍ତ୍ତମାନ ସେ ବ୍ୟସ୍ତ ବିବ୍ରତ ହୋଇଗଲେଣି ।ତାଙ୍କର ଦୁଃଖ କେବେ ବୁଝିବେ ପ୍ରଶାସନ ଅଧିକାରୀ ତାହା ରହିଲା ଅପେକ୍ଷାରେ।ବାର୍ଦ୍ଧକ୍ୟ ଭତ୍ତା ଯଦି ଉପଯୁକ୍ତ ହିତାଧିକାରୀ ନ ପାଇବେ, ତାହା ହେଲେ ଯୋଜନା କାହାପାଇଁ ତେଣୁ ପ୍ରଶାସନ କେତେ ତତ୍ପର ଏହା ଏକ ନଗ୍ନ ଚିତ୍ର ।

LEAVE A REPLY

Please enter your comment!
Please enter your name here