ଜରଡା ଥାନା ଏସ ଆଇ ମଦନେଶ୍ୱର କହଁର ପାଇଲେ ଡିଜିପି ଆୱାର୍ଡ଼ ।

0
245

ପାତ୍ରପୁର, ୧୮/୦୯/୨୦୨୧ : ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡ଼ା ଥାନା ଏସ ଆଇ ମଦନେଶ୍ୱର୍ କହଁରଙ୍କୁ ରାଜ୍ୟ ପୋଲିସ ଡ଼ିଜିଙ୍କ ପକ୍ଷରୁ ପୁରସ୍କୃତ କରାଯାଇଅଛି । ଉତ୍ତମ ସେବା ପ୍ରଦାନ , ବିଭାଗୀୟ କର୍ତ୍ତବ୍ୟ ନିଷ୍ଠତା ସହିତ ମନଯୋଗୀ କେସ ପରିଚାଳନାକୁ ନଜରକୁ ନେଇ ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡ଼ା ଥାନା ଏସ ଆଇ ଶ୍ରୀ କହଁରଙ୍କୁ ବିଭାଗୀୟ ପୁରସ୍କାର ମିଳିଥିବା ଜଣାଯାଇଛି । ଜରଡ଼ା ଥାନାରେ ଦୁଇବର୍ଷରୁ ଅଧିକ ସମୟଧରି କାର୍ଯ୍ୟରତ ଏସଆଇ ଶ୍ରୀ କହଁରଙ୍କ ବିଭାଗୀୟ ଆନୁଗତ୍ୟ ଓ ସେବା ନୈପୁଣ୍ୟତା ମନୋବୃତି ଏବଂ କେସ ପରିଚାଳନାଗତ ଦକ୍ଷତା ଆଧାରରେ ୨୦୨୦ ବର୍ଷ ପାଇଁ ମନୋନୀତ କରାଯାଇଅଛି । ଡିଜିପିଙ୍କ ଦ୍ଵାରା ପ୍ରଦତ୍ତ ପୁରସ୍କାର ମାନପତ୍ରକୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପିନାକ ମିଶ୍ର ମହୋଦୟ ନିଜ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କରିଛନ୍ତି । ବିଭାଗୀୟ ପୁରସ୍କୃତ ଏସ ଆଇ ଶ୍ରୀ କହଁର ନିଜ ପ୍ରତିକ୍ରିୟାରେ ନିଜ କୃତିତ୍ୱ ପାଇଁ ସ୍ଥାନୀୟ ପାତ୍ରପୁର ବ୍ଳକ ଜନସାଧାରଣଙ୍କ ସହ ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ, ସର୍ବୋପରି ବ୍ରହ୍ମପୁର ଆରକ୍ଷୀ ମହୋଦୟ ଶ୍ରୀଯୁକ୍ତ ପିନାକ ମିଶ୍ରଙ୍କ ଅନୁପ୍ରାଣିତ ଅନୁଶାସନକୁ ଶ୍ରେୟ ପ୍ରଦାନ କରିଛନ୍ତି ।

ରିପୋର୍ଟ— ଆଲୁ ଜୟ ପ୍ରକାଶ

LEAVE A REPLY

Please enter your comment!
Please enter your name here