ହଂସତୁଳି ଖରଖରି ନାଳରେ ପ୍ରଯ୍ଯାପ୍ତ ପରିମାଣର ପାଇପ ପକାଇବା ପାଇଁ ଦାବୀ, ଜମିରୁ ହେଉନି ଜଳ ନିଷ୍କାସନ, ବ୍ୟାପକ ଫସଲ ନଷ୍ଟ ଆଶଙ୍କା

0
148

ବ୍ରହ୍ମପୁର,୧୮/୦୯/୨୦୨୧ ( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ର ହଂସତୁଳି ଗ୍ରାମ ଠାରେ ଥିବା ଖରଖରି ନାଳ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବିନିମୟରେ ଗତ କିଛି ମାସ ତଳେ ନାଳ ପୁନଃଉଦ୍ଧାର ହେବା ସହ ଜଳ ନିଷ୍କାସନ ପାଇଁ ପାଇପ୍ ପଡିଲା । କିନ୍ତୁ ଆଗରୁ ଯେମିତି ଚାଷ ଜମିରେ ପାଣି ଜମି ରହୁଥିଲା ଏବେ ମଧ୍ଯ ସେମିତି ପାଣି ଜମି ରହୁଛି । ଫଳ ରେ ଚାଷୀ ମାନଙ୍କର ବ୍ୟାପକ ଫସଲ ନଷ୍ଟ ହେଉଛି ବୋଲି ଚାଷି ମାନେ ପ୍ରକାଶ କରିଛନ୍ତି । ଏଥିସହିତ ପ୍ରଯ୍ଯାପ୍ତ ପରିମାଣ ର ପାଇପ ନ ପଡିଥିବା ହେତୁ ଜମି ରୁ ଜଳ ନିଷ୍କାସନ ହେଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ଜମିରେ ପାଣି ଜମିରହିଛି । ଫଳ ରେ ଧାନ, ଆଖୁ ଆଦି ଫସଲ ନଷ୍ଟ ଆଶଙ୍କା କୁ ଏଡେଇ ହେବ ନାହିଁ ବୋଲି ଚାଷୀମାନେ କହିଛନ୍ତି। ଏ ଦିଗରେ ବିଭାଗୀୟ ଅଧିକାରୀ ଓ ରାଜନୈତିକ ବ୍ୟକ୍ତିବିଶେଷ ମାନେ ଦୃଷ୍ଟି ଦେବା ସହ ପ୍ରଯ୍ଯାପ୍ତ ପରିମାଣ ର ପାଇପ ପକାଇବା ପାଇଁ ଚାଷୀମାନେ ନିବେଦନ କରିଛନ୍ତି। ଦେଖାଯାଉ ଆଗକୁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା । ଏନେଇ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବ ପର ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here