ଶତାୟୁ ପୁରୁଷ ପଣ୍ଡିତ ଚିନ୍ତାମଣି ରଥ ଶର୍ମ୍ମାଙ୍କ ର ୧୦୩ ବର୍ଷ ବୟସରେ ପରଲୋକ

0
67

ଦିଗପହଣ୍ଡି,୧୮/୦୯/୨୦୨୧: ଶତାୟୁ ପୁରୁଷ ପୌରୂଷତ୍ବର ଅଧିକାରୀ ମନୁବାଦୀ ଶାସ୍ତ୍ରଜ୍ଞ ଜ୍ୟୋତିଷ ଜ୍ୟୋତିଷ୍କର ବ୍ରାହ୍ମଣତ୍ବର ପ୍ରତିକ ନୈଷ୍ଠିକ ବୈଦିକ ବ୍ରାହ୍ମଣ ପୁରୋହିତ ପଣ୍ଡିତ ଚିନ୍ତାମଣି ରଥ ଶର୍ମ୍ମା ଙ୍କର ୧୦୩ ବର୍ଷ ବୟସରେ ପରଲୋକ ଘଟିଛି । ସେ ଦିଗପହଣ୍ଡି ନୂଆସାହି ବାସନ୍ଦା ଅଟନ୍ତି । ପୀତାମ୍ବରପୁର ଗ୍ରାମରେ ପ୍ରତିଷ୍ଠିତ ବାଙ୍କବିହାରୀ ମଧ୍ୟମା ସଂସ୍କୃତ ଟୋଲ ର ସେ ପ୍ରଧାନ ପଣ୍ଡିତ ଆଚାର୍ଯ୍ୟ ଥିଲେ। ସେଠାରୁ ଅବସର ଗ୍ରହଣ କରିବା ପରେ ନିଜ ବାସଭବନରେ ପରିବାର ସହିତ ରହୁଥିଲେ। ଗତକାଲି ରାତିରେ ତାଙ୍କର ନିଧନ ହୋଇଯାଇଛି। ଗଣମାଧ୍ୟମ ବ୍ୟକ୍ତିତ୍ବ ତଥା ଆଇନଜୀବୀ ପୁତ୍ର ହରପ୍ରସାଦ ରଥ ପିତୃ ସେବାରେ ନିମଗ୍ନ ଥିଲେ ଏବଂ ମୃତ୍ୟୁ ବେଳକୁ ପାଖରେ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ଆମଭାଷା ସାହିତ୍ୟ ସଂସଦ ଏବଂ ତାର ମୁଖପତ୍ର ଆମଭାଷା ପକ୍ଷରୁ ଶୋକ ପ୍ରକାଶ କରାଯିବା ସହିତ ଦିବଂଗତ ଆତ୍ମାର ସଦଗତି କାମନା କରାଯାଇଛି ।

LEAVE A REPLY

Please enter your comment!
Please enter your name here