ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜାତୀୟ ପତାକାର ଅସମ୍ମାନ।

0
463

ପାତ୍ରପୁର,୧୮/୦୯/୨୦୨୧: ଗଞ୍ଜାମ ଜିଲ୍ଲା ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଅଛି । ରାଷ୍ଟ୍ରୀୟ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ତ୍ତୁପକ୍ଷ କିମ୍ବା କର୍ମଚାରୀମାନଙ୍କୁ ଦେଶର ଜାତୀୟ ପତାକାର ଅସମ୍ମାନକୁ ନେଇ ସାଧାରଣ ସୁଚନା ନଥିବା ପରିଲକ୍ଷିତ ହୋଇଅଛି । ସାଧାରଣତଃ ଜାତୀୟ ଦିବସ ପାଳନ ଅବସରରେ ଜାନୁୟାରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ଏବଂ ଅଗଷ୍ଟ ୧୫ ତାରିଖକୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥାଏ । ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷା ଏବଂ ଶିକ୍ଷାନୁଷ୍ଠାନରେ ଦିବସ ପାଳନ ସମୟରେ ଜାତୀୟ ପତାକାର ବ୍ୟବହାର ପାଇଁ ନିର୍ଦ୍ଧିଷ୍ଟ ସାମ୍ବିଧାନିକ କର୍ତ୍ତବ୍ୟ ଥିଲା ବେଳେ ପାଳନ ପରବର୍ତ୍ତୀ ସମୟରେ ଜାତୀୟ ପତାକାକୁ ସଂରକ୍ଷଣ ପାଇଁ ନିର୍ଦ୍ଧିଷ୍ଟ ଜାତୀୟ ବିଧି ରହିଅଛି । ୨୦୦୨ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ନିର୍ଦ୍ଧିଷ୍ଟ ଆଇନ ମଧ୍ୟ କରାଯାଇଛି। ଏହି ଆଇନ ଅନୁଯାୟୀ କୌଣସି ବ୍ୟକ୍ତି ଆମର ଜାତୀୟ ପତାକାର ଅସମ୍ମାନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଉକ୍ତ ଆଇନରେ ଉଲ୍ଲେଖ ରହିଅଛି । ପରନ୍ତୁ ଗଞ୍ଜାମ ଜିଲ୍ଲା ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିତ୍ୟକ୍ତ ଜଙ୍କ କଠୋରୀରେ ଆମର ଜାତୀୟ ପତାକାକୁ ପୋଛା କପଡା ଭାବେ ବ୍ୟବହୃତ ହୋଇଥିବା ନେଇ ଅଭିଯୋଗ ହୋଇଅଛି । ଅଭିଯୋଗ ଆଧାରରେ କିଛି ଗଣମାଧ୍ୟମ ପ୍ରତିନିଧି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲା ବେଳେ ସେଠାରେ ଜାତୀୟ ପତାକାକୁ ଏକ୍ସରେ ମେସିନ ଉପରେ ଘୋଡାଇ ଥିବାର ଚିତ୍ର ସାମ୍ନାକୁ ଆସିଥିଲା। ଏହା ସହିତ ଉକ୍ତ କୋଠରୀରେ ବହୁ ମାତ୍ରାରେ ଔଷଧ , ବଟିକା, ସାଲାଇନ ଓ ଇଞ୍ଜେକସନ ସିରିଞ୍ଜ ତଳେ ପରିତ୍ୟକ୍ତ ଭାବରେ ବିଛୁଡ଼ି ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ।ଏଥିନେଇ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ଼ା ,ସମ୍ବିତ ବେଗରାୟଙ୍କ ସହ ଯୋଗାଯୋଗ କରିବା ବେଳେ ସେ ଯୋଗାଯୋଗରେ ଆସିନଥିବା ଜଣାପଡିଛି । ସ୍ୱାସ୍ଥ୍ୟକେନ୍ଦ୍ର ଗୋଷ୍ଠୀ କାର୍ଯ୍ୟକ୍ରମ ପ୍ରବନ୍ଧକ ରବି ନାରାୟଣ ସାହୁଙ୍କ ସହ ଯୋଗାଯୋଗ ପରେ ସେ ନିଜେ ଆସି ମଇଳାରେ ଓଦା ଥିବା ଜାତୀୟ ପତାକାକୁ ଭାଙ୍ଗକରି ଏକ୍ସରେ ମେସିନ ଉପରେ ଥୋଇ ବାହାରକୁ ଚାଲିଯାଊଥିବା ବେଳେ ଦୋଷ ଘୋଡାଇବାକୁ ଯାଇ ପତାକାକୁ ଅସମ୍ମାନ ହୋଇଥିବା ସ୍ବୀକାର କରିଛନ୍ତି । କିନ୍ତୁ ସଦ୍ୟ ବ୍ୟବହୃତ ଜାତୀୟ ପତାକାକୁ ପୁରୁଣା ହୋଇଥିବାରୁ କେହି ଭୁଲରେ ଏପରି ବ୍ୟବହାର କରିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟ କ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ଚାଲିଥିବା ଅସଜଡା ସ୍ୱାସ୍ଥ୍ୟସେବା , ପରିଚାଳନାଗତ ଆର୍ଥିକ ହେରାଫେରି , ସ୍ୱାସ୍ଥ୍ୟ କଲ୍ୟାଣ ସମିତି ଅର୍ଥ ହେରାଫେରିରେ ନିମ୍ନ ମାନର ଆସବାବ ପତ୍ର କିଣା ଦୁର୍ନୀତି , ଅଞ୍ଚଳ ରାଜନୀତିରେ ହାକିମାତି କରି ଦୁର୍ନୀତି ଚଳାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକଙ୍କ କାର୍ଯ୍ୟକୁ ସାଧାରଣରେ ଅଭିଯୋଗ ହେଉଅଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲୁଥିବା ଦୁର୍ନୀତିକୁ ଲୋକଲୋଚନକୁ ଆଣୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଅଧିକ୍ଷକଙ୍କ ଅସମ୍ମାନବୋଧ ବ୍ୟବହାରକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲ ନାପସନ୍ଦ କରିବା ସହିତ ଅଧିକ୍ଷକଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉନଥିବା ସ୍ବାସ୍ଥ୍ୟ ବିଭାଗରେ ୫-ଟି ର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି ।

LEAVE A REPLY

Please enter your comment!
Please enter your name here