ଜହ୍ନି ଓଷା ସଙ୍ଗୀତ ଆଲବମ୍ ଶୁଭାରମ୍ଭ

0
172

ବ୍ରହ୍ମପୁର, ୧୮/୦୯/୨୦୨୧: କିଙ୍ଗ ମ୍ୟୁଜିକ୍ ତରଫରୁ ମେଘା ସାହୁ ଙ୍କ ଦ୍ଵାରା ପ୍ରଯୋଜିତ ଓଡିଶା ର ପାରମ୍ପାରିକ ଗ୍ରାମୀଣ ସଂସ୍କୃତି ଉପରେ ଆଧାରିତ ଓଡ଼ିଆ ଭଜନ କୁମାରୀଙ୍କ ପାରମ୍ପରିକ ଓଷା “ଜହ୍ନିଓଷା” ର ଅଡିଓ ସଙ୍ଗୀତ ଲୋକାର୍ପଣ ବ୍ରହ୍ମା ନଗର ସ୍ଥିତ ନନ୍ଦିନୀ ଗେଷ୍ଟ ହାଉସ୍ ଠାରେ ଅନୁଷ୍ଠିତ ହୋଇଯାଇଛି l ଶୋଭନ୍ କୁମାର ଙ୍କ ବ୍ୟବସ୍ଥାପନା , ସଙ୍ଗୀତ ରେ ମୀନତି ସାହୁ ସହଯୋଗ କରିଥିବା ବେଳେ ଗଞ୍ଜାମ ର ସୁପରିଚିତା ଗାୟିକା ଗାୟତ୍ରୀ ପାଣିଗ୍ରାହୀ ଏଥିରେ କଣ୍ଠଦାନ କରିଛନ୍ତି l ପ୍ରସ୍ତୁତ କାର୍ଯ୍ୟକ୍ରମରେ ଆଂଚଳିକ ବାଣିଜ୍ୟ କେନ୍ଦ୍ର ପୂର୍ବତନ୍ ସଭାପତି ସମାଜସେବୀ ସୁରେଶ ସାହୁ, ସଂସ୍କୃତିପ୍ରେମୀ ଡl. ଭବାନୀ ଶଙ୍କର ଦାଶ, ନାଟ୍ୟ ନିର୍ଦ୍ଦେଶକ କୃଷ୍ଣ ପଣ୍ଡା, ସାମ୍ବାଦିକ ଓ ସଙ୍ଗୀତକାର ସୁଦୀପ୍ କୁମାର୍ ସାହୁ ,ସଂସ୍କୃତି ପ୍ରେମୀ ଡି. ପ୍ରସାଦ ରାଓ ଓ ନାଟ୍ୟ ସଂଗଠକ ବିଶ୍ଵନାଥ ମହାପାତ୍ର ଅତିଥି ଭାବେ ଯୋଗଦାନ କରି ଓଡିଶାର ପ୍ରାଚୀନ ସଂସ୍କୃତି ରେ ଜହ୍ନିଓଷା ର ମହତ୍ତ୍ୱ ଓ ଆଧ୍ୟାତ୍ମିକ ଭାବଧାରା ରେ ଏହା ସହାୟକ ହେବାର ବଳିଷ୍ଟ ଦିଗ ଦେବ ବୋଲି ଆଲୋଚନା କରିଥିଲେ l କୁମାରୀ ମାନଙ୍କ ପର୍ବ ଜହ୍ନିଓଷା ଏକାଧାର ରେ ପବିତ୍ରତା, ସତୀତ୍ଵ ଓ ସଂଜମତା ର ସମିଶ୍ରଣ ରେ ଓଡିଶା ର ସଂସ୍କୃତି କୁ ରୁଦ୍ଧିମନ୍ତ କରିଥିବା ପରିପ୍ରେକ୍ଷୀରେ ଏ ପାରମ୍ପରିକ ଗୀତ ଟି ଲୋକାଦୃତ ହୋଇ ପରମ୍ପରା ଦିଗରେ ଜନସଚେତନତା ସ୍ରୁଷ୍ଟି ସହ ଆଧ୍ୟାତ୍ମିକ ପରିବେଶ ସ୍ରୁଷ୍ଟି ରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା l ଆଗାମୀ ଦିନରେ ପାରମ୍ପରିକ ଗୀତ, ଓଷା ବ୍ରତ ଆଦିକୁ ନେଇ ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନେଇ ଲୋକ ଲୋଚନ କୁ ଆଣିବାକୁ ଅନୁଷ୍ଠାନ ଚେଷ୍ଟାକରିବ କୁ ସ୍ଥିର କରାଯାଇଥିଲା l

LEAVE A REPLY

Please enter your comment!
Please enter your name here