କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

0
134

ବୁଗୁଡା, ୧୯/୦୯/୨୦୨୧: ବୁଗୁଡା ବ୍ଲକ ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମପଞ୍ଚାୟତର ରାମଗଡ଼ ଗ୍ରାମରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ସେପ୍ଟେମ୍ବର ୧୯ ତାରିଖ ଦିନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳରେ ଲୋକମାନେ ବିଭିନ୍ନ ଉତ୍ସବରେ ଭୋଜିଭାତ କରି ଖାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି କଲ୍ୟାଣ ମଣ୍ଡପ ନିର୍ମାଣ ପରେ ସେହି ଅସୁବିଧା ଦୂର ହୋଇପାରିବ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବିଧାୟକ ଶ୍ରୀ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ସରପଞ୍ଚ ବିଜୁଳି ଜେନା ଓ ସମିତି ସଭ୍ୟା ସଂଯୁକ୍ତା ଜେନା ଯୋଗ ଦେଇଥିଲେ। ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଗ୍ରାମର ବହୁ ଲୋକ ଯୋଗଦେଇଥିଲେ। ଏଥିସହ ବିଧାୟକ ଗ୍ରାମର ଜନସାଧାରଣଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ଆଲୋଚନା କରିବା ସହ ଅଭାବ ଅସୁବିଧା ବୁଝିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here