ବିଧବା ଭତ୍ତା ଓ କଳାକାରଙ୍କୁ ପରିଚୟ ପତ୍ର ବଣ୍ଟନ

0
175

ପୋଲସରା, ୧୯/୦୯/୨୦୨୧: ପୋଲସରା ପଞ୍ଚାୟତ ସମିତି ସଭା ଗୃହରେ ସେପ୍ଟେମ୍ବର ୧୯ ତାରିଖ ଦିନ ବିଧବା ଭତ୍ତା ପ୍ରଦାନ ସହ କଳାକାରମାନଙ୍କ ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ କରୋନାରେ ପ୍ରାଣ ହରାଇ ଥିବା ବ୍ୟକ୍ତିଙ୍କ ବିଧବା ପତ୍ନୀ ମାନଙ୍କୁ ନୂତନ ଭାବେ ବିଧବା ଭତ୍ତା ପ୍ରଦାନ କରିଥିଲେ। ଏଥିସହିତ ପୋଲସରା ବ୍ଲକର ବିଭିନ୍ନ ଅଞ୍ଚଳର କଳାକାର ମାନଙ୍କୁ ପରିଚୟ ପତ୍ର ପତଦାନ କରିଥିଲେ। ପୋଲସରା ବ୍ଲକ ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ୧୪ ଜଣଙ୍କୁ ବିଧବା ଭତ୍ତା ପ୍ରଦାନ କରାଯାଇଥିବା ବେଳେ ୪୮ ଜଣ କଳାକାରମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ ଓ ସଂଯୁକ୍ତା ବାଡତ୍ୟା ମଞ୍ଚାସୀନ ଥିବା ବେଳେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ ସଭ୍ୟା ଯୋଗଦେଇଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here