ଉସ୍ତାଳୀରେ ରାଜଯୋଗ ଶିକ୍ଷାକେନ୍ଦ୍ର ଉଦଘାଟନ, ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଶାନ୍ତି ଶୋଭାଯାତ୍ରା

0
183

ବ୍ରହ୍ମପୁର, ୧୯/୦୯/୨୦୨୧ (ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚିଙ୍ଗୁଡ଼ିଖୋଲ ପଞ୍ଚାୟତର ଉସ୍ତାଳୀ ଗ୍ରାମରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ରାଜଯୋଗ ଶିକ୍ଷାକେନ୍ଦ୍ର ଉଦଘାଟନ ହୋଇଛି । ଖଲ୍ଲିକୋଟ ଶାଖା ତରଫରୁ ଏହି ଶିକ୍ଷାକେନ୍ଦ୍ର ଉଦଘାଟନ କରାଯାଇଛି । ବ୍ରହ୍ମାକୁମାରୀ ଜ୍ୟୋଷ୍ନା ପରିଚାଳନାରେ ବ୍ରହ୍ମାକୁମାର ତଥା ବିଶିଷ୍ଟ ଆଇନଜୀବୀ ବିନାୟକ ସାହୁ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚଙ୍କ ପ୍ରତିନିଧି ଭାସ୍କର ଦାସ ଓ ବହୁ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀଙ୍କ ସହିତ ଶିବ ଭଗବାନ ଏବଂ ପ୍ରଜାପିତା ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସହିତ ସଂଶ୍ଳିଷ୍ଟ ବହୁ ଦିବ୍ୟାତ୍ମାମାନେ ଉପସ୍ଥିତ ଥିଲେ । ଆଧ୍ୟାତ୍ମିକ ଚେତନା ବିତରଣ କରି ସାଧାରଣ ମାନବାତ୍ମାରୁ ଦେବାତ୍ମାରେ ରୂପାନ୍ତରିତ ହେବ ପାଇଁ ରାଜଯୋଗ ଶିକ୍ଷାକେନ୍ଦ୍ର ଉଦଘାଟିତ ହୋଇଛି । ଏହି ଉପଲକ୍ଷେ ସମଗ୍ର ଚିଙ୍ଗୁଡ଼ିଖୋଲ ପଂଚାୟତରେ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀଙ୍କ ଦ୍ୱାରା ଏକ ବିରାଟ ଶାନ୍ତି ଶୋଭାଯାତ୍ରା ହୋଇଥିଲା ।

LEAVE A REPLY

Please enter your comment!
Please enter your name here