ରସିକିଆ ଆମ୍ବୁଲାନ୍ସ ଡ୍ରାଇଭରକୁ ଛତ୍ରପୁର ରୁ ଉଠାଇନେଲା ଭଦ୍ରକ ପୋଲିସ

0
543

ଛତ୍ରପୁର,୧୯/୦୯/୨୦୨୧: ନିଜ ବିବାହିତ ସ୍ତ୍ରୀ ଏବଂ ଶିଶୁ ପୁତ୍ରକୁ ଛାଡି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଅନ୍ୟଜଣେ ମହିଳାଙ୍କ ସହ ବିଳାସ ପୂର୍ଣ୍ଣ ଜିବନ ବିତାଇ ଆସୁଥିବା ରସିକିଆ ଆମ୍ବୁଲାନ୍ସ ଡ୍ରାଇଭରକୁ ଛତ୍ରପୁରରୁ ଉଠାଇ ନେଇଛି ଭଦ୍ରକ ପୋଲିସ । ୨୦୧୫ ମସିହାରେ ଭଦ୍ରକର ଭଣ୍ଡାରି ପୋଖରି ଅଞ୍ଚଳରେ ଏକ ଆଦିବାସୀ ମହିଳାକୁ ବିବାହ କରିବା ପରେ ପ୍ରତାରଣା ଦେଇ ଛତ୍ରପୁର ଅଞ୍ଚଳରେ ଅନ୍ୟ ଏକ ମହିଳା ସହ ରହି ଆସୁଥିବା ଗାଡି ଚାଳକ ଙ୍କ ନାମରେ ମାମଲା ରୁଜୁ ହୋଇଛି । ଅଭିଯୋଗକୁ ଭିର୍ତ୍ତି କରି ଗିରଫ କରିବାକୁ ଆସିଥିବା ଭଦ୍ରକ ପୋଲିସକୁ ୮ ଘଣ୍ଟା ନାକେଦମ ହେବାକୁ ପଡିଛି । ନିଜ ବିବାହିତ ପତ୍ନୀଙ୍କ ସହ ଶିଶୁ ପୁତ୍ରକୁ ମିଥ୍ୟା ପତିଶୂତ ଓ ପ୍ରତାରଣା ଦେଇ ଛତ୍ରପୁରରେ ଆସି ଅନ୍ୟଜଣେ ମହିଳାଙ୍କ ସହ ବିଳାଶପୂର୍ଣ୍ଣ ବୈବାହିକ ଜୀବନ ବିତାଇ ଆସୁଥିବା ଜଣେ ରସିକିଆ ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ କରିବା ପାଇଁ ପୋଲିସକୁ ହେବାକୁ ପଡିଛି ନାକେଦମ । ରସିକିଆ ଡ୍ରାଇଭରଙ୍କ ସହ ରହିଆସୁଥିବା ମହିଳାଙ୍କୁ ରେଡ ହେଣ୍ଡେଡ ଧରିବା ପାଇଁ ନିଜପତ୍ନୀ ଜୋତ୍ସା ରାଣୀ ସାମଲଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ନେଇ ଭଦ୍ରକର ଭଣ୍ଡାରି ପୋଖରୀ ପୋଲିସ ପହଞ୍ଚିଥିବା ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ । ଯାହାକୁ ନେଇ ରାତ୍ର ୧୨ ଘଣ୍ଟ ଠାରୁ ସକାଳ ୮ ଘଣ୍ଟ ପର୍ଯ୍ୟନ୍ତ ଚାଲିଥିଲା ଏହି ଡ୍ରାମା । ଆଉ ଶେଷରେ ଆମ୍ବୁଲାନ୍ସ ଚାଳକ ପିନା ସାମଲକୁ କାବୁ କରିଥିଲା ଭଦ୍ରକ ପୋଲିସ ଯାହାକୁ ସହାୟତା କରିଥିଲେ ଛତ୍ରପୁର ଥାନା ପୋଲିସ । ସେପଟେ ଅଭିଯୋଗକାରୀଙ୍କ ଭାଇ ପ୍ରଶାନ୍ତ କୁମାର ଜେନାଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ପିନା ସାମଲ କୁଆଡେ ତାଙ୍କ ଭଉଣୀ ଜୋତ୍ସା ରାଣୀ ସାମଲଙ୍କ ବାହାଘର ସ୍ଥିର ହେବାପରେ ତାଙ୍କୁ ଜୋରଜବରଦସ୍ତ ଉଠାଇନେଇ ଦୁଷ୍କର୍ମ କରିଥିଲେ । ଏହାକୁ ନେଇ ପରିବାର ବର୍ଗ ଥାନାରେ ଅଭିଯୋଗ କରିବାପରେ ପତ୍ନୀ ଭାବରେ ଗ୍ରହଣ କରିବେ ବୋଲି ସ୍ଥୀର କରିଥିଲେ । ହେଲେ ଛତ୍ରପୁର ଆସି ପୂର୍ବରୁ ଏକ ମହିଳାଙ୍କ ସହ ସଂପର୍କ ରଖିଥିବା ବେଳେ, ବର୍ତ୍ତମାନ ଅନ୍ୟ ଜଣେ ମହିଳାଙ୍କ ସହ ଏକାଠି ରହିବା ନେଇ ପ୍ରଶ୍ନ ଉଠାଇଛନ୍ତି । ପୋଲିସ ପକ୍ଷରୁ ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ହେଉନଥିବା ବେଳେ ଛତ୍ରପୁର ଜଣେ ବ୍ୟକ୍ତି ଅଭିଯୁକ୍ତଙ୍କୁ ସହଯୋଗ କରୁଥିବା ନେଇ ମଧ୍ୟ ଥାନାରେ ଜଣାଇଥିବା କହିଛନ୍ତି । ଅନ୍ୟପଟେ ରସିକିଆ ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଦୀର୍ଘ ୮ ଘଣ୍ଟାର କସରତ ପରେ ଭଦ୍ରକ ପୋଲିସ ଗଞ୍ଜାମ ଜିଲ୍ଲାର ଛତ୍ରପୁରରୁ ରସିକିଆ ଆମ୍ବୁଲାନ୍ସ ଡ୍ରାଇଭରକୁ ଉଠାଇ ନେଇଥିବା ବେଳେ ସେଠାକାର ସ୍ଥାନୀୟ କୋର୍ଟରେ ହାଜର କରାଯିବ ବୋଲି ଭଦ୍ରକ ଭଣ୍ଡାରୀପୋଖରୀ ଥାନାର ତଦନ୍ତକାରୀ ଅଧିକାରୀ ଭାନୁ ଚରଣ ସିଂ କହିଛନ୍ତି । ଅନ୍ୟପଟେ ନ୍ୟାୟ ନମିଳିଲେ ବିବାହିତ ମହିଳାଙ୍କ ସମେତ ପରିବାର ବର୍ଗ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here