ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠ ପ୍ରତିଷ୍ଠାତାଙ୍କ ୩୯ ତମ ଶ୍ରାଦ୍ଧୋତ୍ସବ ପାଳନ।

0
354

ବୁଗୁଡା, ୧୯/୦୯/୨୦୨୧: ବୁଗୁଡା ବ୍ଲକରେ ଯେଉଁ କେତୋଟି ସୁନାମଧନ୍ୟ ଉଚ୍ଚ ବିଦ୍ୟାଳୟ ଅଛି ସେଗୁଡିକ ମଧ୍ୟରୁ ବି.କରଡ଼ାବାଡ଼ି ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠ ଅନ୍ୟତମ। ଏହି ବିଦ୍ୟାଳୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଛାତ୍ରମାନେ ଆସି ଛାତ୍ରାବାସରେ ରହି ବିଦ୍ୟା ଅର୍ଜନ କରି ନିଜର ଭବିଷ୍ୟତ ଉଜ୍ଜ୍ୱଳମୟ କରି ସୁନାମ ଅର୍ଜନ କରିପାରିଛନ୍ତି। ଏହି ସୁନାମଧନ୍ୟ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ସ୍ବର୍ଗତ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ନାୟକଙ୍କ ୩୯ ତମ ଶ୍ରାଦ୍ଧ ଦିବସ ହେଉଛି ଆଜି ଅର୍ଥାତ ସେପ୍ଟେମ୍ବର ୧୯ ତାରିଖ। ଶ୍ରାଦ୍ଧ ଦିବସ ଉପଲକ୍ଷେ ଆଜି ବିଦ୍ୟାଳୟ ପରିସରରେ ଥିବା ସ୍ବର୍ଗତ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରେବତୀ ମୋହନ ନାୟକ, ପ୍ରାକ୍ତନ ଶିକ୍ଷକ ବଂଶୀଧର ନାୟକ, କରଚୁଲି ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ, ଏହି ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରଶନ କୁମାର ସ୍ୱାଇଁ, ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ, ଗୌରୀ ଶଙ୍କର ବେହେରା, ବିଭୁ ପ୍ରସାଦ ନନ୍ଦ, ଏସ.ପ୍ରଧାନ,ଓ ସିଦ୍ଧାନ୍ତ କୁମାର ରାଉତ, ଏବଂ ଶିକ୍ଷୟିତ୍ରୀ ବଙ୍ଗାଳୀ ମୁଣ୍ଡା, ବବିତା ଗୌଡ଼, କଳ୍ପନା କୁମାରୀ ପ୍ରଧାନ ଓ କୃଷ୍ଣପ୍ରିୟା ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here