ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ପକ୍ଷରୁ ୧୫ ଦଫାଦାବି ନେଇ ସର୍ବ ଭାରତୀୟ ସ୍ତରରେ ଧର୍ମଘଟ

0
237

ରଙ୍ଗେଇଲୁଣ୍ଡା,୨୪/୦୯/୨୦୨୧: ରଙ୍ଗେଇଲୁଣ୍ଡା ବ୍ଲକ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ପକ୍ଷରୁ ବିଭିନ୍ନ ୧୫ ଦଫାଦାବି ନେଇ ସର୍ବ ଭାରତୀୟ ସ୍ତରରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ରଙ୍ଗେଇଲୁଣ୍ଡା ବ୍ଲକ ସଭାନେତ୍ରୀ ନର୍ମଦା କୁମାରି ନାହାକଙ୍କ ନେତୃତ୍ବରେ ଶତାଧିକ କର୍ମୀ କନିଶି ହାଟ ଜଗନ୍ନାଥ ମନ୍ଦିର ଠାରୁ
ବାହାରି ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ।ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟ ରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ଏକ ଦାବୀପତ୍ର ବିଡ଼ିଓଙ୍କ ଅନୁପସ୍ଥତିରେ ପ୍ରଗତି ସହାୟକ ମନମୋହନ ପାତ୍ର ଏବଂ ପ୍ରଦିପ୍ତ ମହାପାତ୍ରଙ୍କୁ ପ୍ରଦାନ କରିଥିଲେ। କିଛି ସମୟ ପାଇଁ କାର୍ଯ୍ୟାଳୟ ଠାରେ ଧାରଣାରେ ବସି ରହିଥିଲେ। ବିଭିନ୍ନ ପ୍ରକାର ଦାବୀ ନେଇ ତଥା ମାସିକ ବେତନ ୨୧ ହଜାର ଟଙ୍କା ବୃଦ୍ଧି,
କର୍ମୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ପ୍ରଧାନମନ୍ତ୍ରୀ ବୀମା ଯୋଜନା, ଜିବନଜ୍ୟୋତି, ସୁରକ୍ଷା ବୀମା ଯୋଜନା, ଅଙ୍ଗନବାଡ଼ି କର୍ମୀ ବୀମା ଯୋଜନା ଇତ୍ୟାଦିରେ ସାମିଲ କରିବା,କେନ୍ଦ୍ର ସରକାର ୨୦୧୯ ଶିକ୍ଷାନୀତି ନାମରେ ଘରୋଇ କରଣ କରି ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସିଧାସଳଖ ଛଟେଇ ନକରି ସ୍କୁଲ ରେ ମିଶାଇଦେବା ନେଇ ପ୍ରତିବାଦ କରିଛନ୍ତି। କମ୍ ପାଠ ପଢିଥିବା ହେଲ୍ପର, ଅଙ୍ଗନବାଡ଼ି କର୍ମୀ କଣ କରିବେ ତାହା ନେଇ ପ୍ରତିବାଦ କରିଛନ୍ତି। ମାସିକ ପେନସନ ୧୦ହଜାର, ମଧ୍ୟାହ୍ନଭୋଜନ ରନ୍ଧା ଖାଦ୍ୟ ଦେଉଥିବା ପାଚିକା ସହାୟିକାଙ୍କ ଖରା ଛୁଟିରେ ପାରିଶ୍ରମିକ ଦେବା ଇତ୍ୟାଦି ନେଇ ଦାବୀ ରଖିଛନ୍ତି। ଏମାନଙ୍କ ମଧ୍ୟରେ ସଂପାଦିକା ସବିତା ଦେବୀ, ମଞ୍ଜୁଳା ନାୟକ, ସୁନୀତା ସାହୁ, ମମତା ସାହୁ, ବାଲମ୍ମା ଦେବୀ, କୁମାରୀ ପାଢ଼ୀ, ସଂଯୁକ୍ତା ଦାସ, ମମତା ପାଢ଼ୀ, କେ. କୁମାରୀ ରେଡ୍ଡୀ, ବବିତା ସାହୁ,
ଚାରୁଲତା ପଟ୍ଟନାୟକ, କାମେଶ୍ୱରି ଦେବୀ, ଗାୟତ୍ରୀ ଦେବୀ, ଦୂର୍ଗାରାଣୀ ମହାନ୍ତି ଙ୍କ ସମେତ ବହୁ କର୍ମୀ ଓ ସହାୟିକା ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here