ଜାତୀୟ ରକ୍ତଦାତା ଦିବସ ଅବସରରେ ବ୍ରହ୍ମପୁର ସବୁଜ ବାହିନୀର ଏକୋଇଶୀ ତମ ରକ୍ତଦାନ ଶିବିର ଅନୁଷ୍ଠିତ

0
169

ବ୍ରହ୍ମପୁର,୦୧/୧୦/୨୦୨୧:ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ବ୍ରହ୍ମପୁର ସବୁଜ ବାହିନୀ” ଓ ଦା ଫ୍ରେଣ୍ଡସ ଚ୍ୟାରିଟେବୁଲ ଗ୍ରୁପ୍ ସହଯୋଗରେ ବ୍ରହ୍ମପର ରକ୍ତ ଭଣ୍ଡାର ଆନୁକୂଲ୍ୟରେ ଜାତୀୟ ରକ୍ତଦାତା ଦିବସ ପାଳିତ ହୋଇଯାଇଛି ।ରକ୍ତ ଦାନ ପ୍ରକ୍ରିୟା କୁ ତ୍ୱରାନିତ୍ୱ କରିବା ସହ ରକ୍ତ ଦାତା ଙ୍କ ସମ୍ମାନ ଉଦ୍ଧେଶ୍ୟ ୧୯୭୫ ମସିହା ଠାରୁ ଜାତୀୟ ରକ୍ତ ଦାତା ଦିବସ ପାଳିତ ହୋଇଆସୁଛି l ରକ୍ତଦାତା ଙ୍କ ସମ୍ମାନ ଉଦ୍ଦେଶ୍ୟ ରେ ସବୁଜ ବାହିନୀ ର ଏକୋଇଶୀ ତମ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ନାମକ ରକ୍ତ ଦାନ ଶିବିର ଓ ଏକକ ଦାତା ପେଟଲେଟ ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ତଥା ଜିଲ୍ଲାରେ ଡେଙ୍ଗୁ ରୋଗୀ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ଘଟୁଥିବା ବେଳେ ରୋଗୀଙ୍କ ପାଈଁ ରକ୍ତ ଭଣ୍ଡାରରେ ପେଟ୍ ଲେଟ୍ ର ଘୋର ଅଭାବ ପରିଲକ୍ଷିତ ହୋଇଛି ସେହି ଅଭାବକୁ ଦୂରକରିବା ଲକ୍ଷ୍ୟରେ ସବୁଜ ବାହିନୀର ସଦସ୍ୟ ମାନେ ଆଗେଇ ଆସି ଆଜି ସମୁଦାୟ ୨୦ ଗୋଟି ୟୁନିଟ୍ ରକ୍ତ ସହ ପାଞ୍ଚ ୟୁନିଟ ପେଟଲେଟ ସଂଗ୍ରହ କରାଯାଇଛି । ବର୍ଷ ତମାମ ସବୁଜ ବାହିନୀ ତରଫରୁ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” କାର୍ଯ୍ୟକ୍ରମ ଚାଲୁଛି ।ଆଜିର ଶିବିରରେ ଆକାଶ ନାୟକ, ଜୀବନ ଦଳାଇ, ତାପସ ରଞ୍ଜନ ବିଶୋଇ, ସୁମିତ ରାଉତ, ସମ୍ବିତ ସାମଲ, ଗୁରୁ ଗୌରାଙ୍ଗ ଗୌଡ଼, ସମୀର ନାୟକ, ଶିଶିର ସେଠି, ନାରାୟଣ ମହାରଣା ଆଦି ରକ୍ତ ଦାନ କରିଥିଲେ,ରକ୍ତ ସଂଗ୍ରହରେ ରେ ରକ୍ତ ଭଣ୍ଡାର ର ଡାକ୍ତର ସସ୍ମିତା ବେହେରା, ଲଳିତା ପଣ୍ଡା, ସୀମାଦ୍ରୀ ପଣ୍ଡା ଙ୍କ ସହ ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀ, ଫ୍ରେଣ୍ଡ ଚ୍ୟାରୀଟେବୁଲ ଗ୍ରୁପ ର ସଂଯୋଜକ ସାଗର ପାତ୍ର,ବିଷ୍ଣୁ ପ୍ରସାଦ ଦାସ,ସତ୍ୟ ନାରାୟଣ ଦାସ, ଟି ଦୁର୍ଗା ପ୍ରସାଦ, ପ୍ରବୀଣ ନାୟକ, ଶଙ୍କର ସେଠି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here