ତୁଙ୍ଗ ବିଜେଡି ଛାମୁଆଁ ସଂଗଠକଙ୍କ ସହ କଂଗ୍ରେସରେ ଶଙ୍କର ଅଧିକାରୀ । ରାଣୀ ମଣି ଉପେକ୍ଷିତଙ୍କୁ ଏକାଠି କରି ଚିକିଟିରେ ଚକମା ଦେଖାଇବା ଲକ୍ଷରେ କଂଗ୍ରେସ ।

0
624

ବ୍ରହ୍ମପୁର, ୦୧/୧୦/୨୦୨୧: ଗଞ୍ଜାମ ଜିଲ୍ଲାର ପ୍ରତିଷ୍ଠିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଭାବରେ ସର୍ବଦା ରାଜ୍ୟ ରାଜନୀତିକୁ ପ୍ରଭାବିତ କରୁଥିବା ଚିକିଟିର ବିକାଶର ଚିତ୍ରକୁ ନେଇ ସମ୍ପ୍ରତି ଚର୍ଚା ଧରିଅଛି । ଉଭୟ ପାତ୍ରପୁର ଏବଂ ଚିକିଟି ବ୍ଲକ୍ ଅଧୀନ ପଞ୍ଚାୟତ ଗୁଡ଼ିକର ଦୂରାବସ୍ଥା ସହିତ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶର ଚିତ୍ରକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରୁଅଛି । ଏକଦା କଂଗ୍ରେସର ଗଡ ଥାଇ ଏହି ଆସନରୁ କଂଗ୍ରେସ ନିର୍ବାଚିତ ବିଧାୟକ ଉପ ବାଚସ୍ପତି ଏବଂ ବାଚସ୍ପତି ରହି ନିଜ ଅଞ୍ଚଳର ବିକାଶ ଧାରାକୁ ଗତିଶୀଳ କରିଥିଲେ । ଶିକ୍ଷା , ସ୍ୱାସ୍ଥ୍ୟ , ଗମନାଗମନ , କୃଷି , ଜଳସେଚନ ସହ ପାନୀୟ ଜଳ ଯୋଗାଣ ସମସ୍ୟା ଆଦିକୁ ସୁଦୂର ପ୍ରଭାବୀ ଚିନ୍ତାଧାରାରେ ସ୍ଥାପନ କରିଥିବା ବେଳେ ସାଂପ୍ରତିକ ସ୍ଥିତିରେ ଲଗାତାର ନିର୍ବାଚିତ ହୋଇ ପ୍ରାୟ ସମୟ ମନ୍ତ୍ରୀ ଥାଇମଧ୍ୟ ନିଜର କିଛି ଦଳୀୟ ଅନୁଗତଙ୍କ ବିକାଶ ବ୍ୟତୀତ ଅଞ୍ଚଳ ବିକାଶକୁ ଗୁରୁତ୍ଵ ଦେଇନଥିବାରୁ ଶାସକଦଳର ବରିଷ୍ଠ ବିଧାୟିକା ଚିକିଟି ରାଣୀମା ଙ୍କ ପ୍ରତି ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ଲକ୍ଷ କରାଯାଉଅଛି । ଉଭୟ ବ୍ଲକରେ ନିଜ ଅନୁଗତଙ୍କ ଦ୍ବାରା ବିକାଶ ମୂଳକ ଯୋଜନାର ହରିଲୁଟ କରାଇ ଦଲାଲ , ମାଫିଆଙ୍କ ହକିମାତିରେ ଉଭୟ ବ୍ଳକର ବିକାଶକୁ ଠପ୍ କରାଯାଇଅଛି ଏବଂ ସ୍ଥାନୀୟ ସରକାରୀ କାର୍ଯ୍ୟାଳୟର ଅଧିକାରୀଙ୍କୁ ଦୁର୍ନୀତିଗ୍ରସ୍ତ କରାଇ ବିଜେଡ଼ି ରାଜ ଚଲାଇ ସକ୍ରିୟଙ୍କୁ ଉପେକ୍ଷା ଓ ଅଣଦେଖା କରାଯାଉଥିବା ଅଭିଯୋଗରେ ବହୁ ଅସନ୍ତୁଷ୍ଟ ସମ୍ପ୍ରତି କଂଗ୍ରେସ ମୁହାଁ ହେଉଥିବା ଦେଖିବାକୁ ମିଳିଅଛି ।

ଏହି ପରିପ୍ରେକ୍ଷୀରେ ଗତକାଲି ଗୁରୁବାର ସନ୍ଧ୍ୟାରେ ପାତ୍ରପୁର ବ୍ଳକର ବହୁ ତୁଙ୍ଗ ବିଜେଡି ତୃଣମୂଳ ସଂଗଠକଙ୍କ ସହ ବିଶିଷ୍ଟ ବିଜେଡି ବ୍ୟକ୍ତିତ୍ଵ ଶଙ୍କର ଅଧିକାରୀଙ୍କ କଂଗ୍ରେସରେ ଯୋଗଦାନ ଅଞ୍ଚଳ ରାଜନୀତିକୁ ପ୍ରଭାବିତ କରିବା ଆଶା କରାଯାଉଅଛି । ଜିଲ୍ଲା କଂଗ୍ରେସ ଦାୟିତ୍ଵ ଗ୍ରହଣ ପରେ ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ପ୍ରତି ଜିଲ୍ଲାସ୍ତରରେ ଥିବା କଂଗ୍ରେସ ଆନୁଗତଙ୍କ ଅକୁଣ୍ଠ ଭରସା ସମ୍ପ୍ରତି ପାତ୍ରପୁର ଅଞ୍ଚଳକୁ ପ୍ରଭାବିତ କରିଅଛି । ଶତାଧିକ ଅଞ୍ଚଳ ବିଜେଡି କର୍ମୀ ଓ କାର୍ଯ୍ୟକର୍ତ୍ତା ଗତକାଲି ସନ୍ଧ୍ୟାରେ ରମେଶ ଜେନାଙ୍କ କୁକୁଡ଼ାଖଣ୍ଡି ନିକଟ ବଉଳଝୋଳି ଫାର୍ମ ହାଉସ ଠାରେ ଏକତ୍ରିତ ହୋଇ କଂଗ୍ରେସରେ ଯୋଗଦେଇଛନ୍ତି । କଂଗ୍ରେସରେ ଯୋଗଦେଇଥିବା ନେଇ ସେମାନଙ୍କ ପ୍ରତିକ୍ରିୟାରେ ସେମାନେ ବିଧାୟିକାଙ୍କ ଅଣଦେଖା ଓ ରାଣୀ ଅନୂଗତଙ୍କ ଉବୁଟୁବୁ ଦୁର୍ନୀତିରେ ଅତିଷ୍ଠ ହୋଇ ବିଜେଡି ତ୍ୟାଗ କରିଥିବା ପ୍ରକାଶ କରିଛନ୍ତି ।

ଆୟୋଜିତ ସ୍ବତନ୍ତ୍ର ମିଶ୍ରଣ ପର୍ବରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନା ଶତାଧିକ କଂଗ୍ରେସ ଅନୁପ୍ରାଣିତଙ୍କୁ ନିଜ ପକ୍ଷରୁ ଅଭିନନ୍ଦନ ଜଣାଇବା ସହ ଦଳୀୟ ଉତ୍ତରୀୟ ପରିଧାନ କରାଇ କଂଗ୍ରେସରେ ସାମିଲ କରିଛନ୍ତି । ଚିକିଟି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସ୍ଥିତି ସୁଧାରିବାରେ କୌଣସି ସମସ୍ୟା ନଥିବାରୁ ପୁର୍ଣ୍ଣ ପ୍ରାଣରେ ଜନସାଧାରଣଙ୍କ ସହ କଂଗ୍ରେସ କର୍ମୀ ଭାବେ ଦାୟିତ୍ଵ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ଚିକିଟି ଅଞ୍ଚଳରେ ଉଭୟ ମଣୀ ଓ ରାଣୀଙ୍କ ଦ୍ଵାରା ଉପେକ୍ଷିତ ଉଭୟ ଗୋଷ୍ଠୀ କଂଗ୍ରେସକୁ ଆପଣେଇଥିବା ଯୋଗୁଁ ଆସନ୍ତା ଦିନରେ କଂଗ୍ରେସର ଉଥାନରେ କୌଣସି ଅସୁବିଧା ନଥିବା ପ୍ରକାଶ କରିଥିଲେ । ଆୟୋଜିତ ଏହି ମିଶ୍ରଣ ପର୍ବରେ ଗତ ନିର୍ବାଚନରେ ଆପ ସମର୍ଥିତ ବିଧାୟକ ପ୍ରାର୍ଥୀ ଉମା ଶଙ୍କର ଯାଦବ , ସନ୍ତୋଷ ପ୍ରଧାନ , ରଂଜନ ପ୍ରଧାନ , ବାଲାଜୀ ପଣ୍ଡା , ପୁରୁଷୋତ୍ତମ ରେଡ୍ଡୀ , ହେମା ରେଡ୍ଡୀ , ଶଙ୍କର ରେଡ୍ଡୀ। ଶାନ୍ତନୁ କୁମାର ପ୍ରଧାନ , ମିଥୁନ ବେହେରା , କିଶୋର ସାହୁ , ସିଲୁ ସାହୁ , ସନ୍ତୋଷ ଗୋପାଳ ପ୍ରମୁଖ ବହୁ ଯୁବ ସଂଗଠକ କଂଗ୍ରେସ ଦଳରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here