ଗଞ୍ଜାମ ଜିଲ୍ଲା ଯୋଗାଣ ସହାୟକ ସଂଘର କାର୍ଯ୍ୟକାରିଣୀ କମିଟି ବୈଠକ

0
258

ବୁଗୁଡା, ୦୪/୧୦/୨୦୨୧: ଗଞ୍ଜାମ ଜିଲ୍ଲା ଯୋଗାଣ ସହାୟକ ସଙ୍ଘର କାର୍ଯ୍ୟକାରିଣୀ ବୈଠକ ଅକ୍ଟୋବର ୪ ତାରିଖ ଦିନ ମା ଶାଙ୍କୁଳେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଏ.ସୁମନ ବାବୁରାଓ ମୁଖ୍ୟ ବକ୍ତା ଓ ଅନ୍ତରପଡ଼ାର ସରପଞ୍ଚ ଙ୍କ ପ୍ରତିନିଧି ସନ୍ତୋଷ କୁମାର ଭୋଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଯୋଗାଣ ସହାୟକ ସଂଘର ଗଞ୍ଜାମ ଜିଲ୍ଲା ସଭାପତି ମିଥୁନ ବିଶ୍ବାଳ(ବୁଗୁଡା ବ୍ଲକ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ପରାମର୍ଶଦାତା ବିରୁପାକ୍ଷ ପାଣିଗ୍ରାହୀ(ଧରାକୋଟ ବ୍ଲକ) ଓ ସୁଶାନ୍ତ କୁମାର ଗୌଡ଼( ଜଗନ୍ନାଥ ପ୍ରସାଦ ବ୍ଲକ), କାର୍ଯ୍ୟକାରୀ ସଭାପତି ଏନ. ଗଣପତି ଦୋରା(ପୁରୁଷୋତ୍ତମପୁର ବ୍ଲକ), ଉପସଭାପତି ବସନ୍ତ ସାସମାଲ(ଛତ୍ରପୁର ବ୍ଲକ), ପ୍ରତାପ ଚନ୍ଦ୍ର ଦୋରା(ସାନଖେମୁଣ୍ଡି ବ୍ଲକ),ମାନସ ରଞ୍ଜନ ପଣ୍ଡା(ଭଞ୍ଜନଗର ବ୍ଲକ) ଓ ଦିଗମ୍ବର ସାହୁ(ଶେରଗଡ଼ ବ୍ଲକ) ଏବଂ କୋଷାଧ୍ୟକ୍ଷ କମଳ ଲୋଚନ ସେଠୀ(ରଙ୍ଗେଇଲୁଣ୍ଡା ବ୍ଲକ) ପ୍ରମୁଖ କର୍ମକର୍ତ୍ତା ଯୋଗଦେଇଥିଲେ। ବୈଠକରେ ଯୋଗାଣ ସହାୟକ ମାନଙ୍କ ଦରମା ବୃଦ୍ଧି କରିବାସହ ସ୍ଥାୟୀ କର୍ମଚାରୀ ଭାବେ ଗ୍ରହଣ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଦୃଷ୍ଟି ଗୋଚରକୁ ନେବାସହ ବିଧାନସଭା ରେ ମଧ୍ୟ ଦାବି ଉପସ୍ଥାପନ କରିବାକୁ ବିଧାୟକ ଶ୍ରୀ ସାହୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ବୈଠକରେ ବିଭିନ୍ନ ବ୍ଲକର ପ୍ରତିନିଧି ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here