ଜରଡା ଥାନାର ଅତର୍କିତ ଜୁଆ ଆଡ୍ଡା ଚଢ଼ାଉ । ୫୮, ୨୨୦ ଟଙ୍କା ଜବତ ସହ ୧୨ ଜୁଆଡ଼ି ଗିରଫ।

0
257

ବ୍ରହ୍ମପୁର,୧୦/୧୦/୨୦୨୧: ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡା ଥାନା ପଦାଦିଗି ପଞ୍ଚାୟତର ନୁଆଁପେଣ୍ଠ ନିକଟସ୍ଥ ଜଙ୍ଗଲ ଭିତରେ ୦୮ ତାରିଖ ଅପରାହ୍ନରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଓ ବଣ ଭୋଜିକୁ ଜରଡା ପୋଲିସ ଅତର୍କିତ ଚଢ଼ାଉ କରିଥିବା ସୂଚନା ମିଳିଅଛି । ନିର୍ଭରଯୋଗ୍ୟ ସୁତ୍ରରୁ ଖବର ପାଇ ଚିକିଟି ଏସଡିପିଓ ଓ ଜରଡା ଥାନା ପୋଲିସ ମିଳିତ ଭାବେ ଅତର୍କିତ ଚଢ଼ାଉ କରିଥିଲେ । ଚଢ଼ାଉରେ ନଗଦ ଟ- ୫୮, ୨୨୦ ଙ୍କା ଜବତ କରିବା ସହ ୧୨ ଜଣ ଜୁଆଡିଙ୍କୁ କାବୁ କରିଥିବା ପୋଲିସ ସୂତ୍ରରୁ ଖବର ରହିଅଛି । ଏହା ସହିତ ଆସରରେ ଆୟୋଜିତ ଏକ ଭୋଜି ବ୍ୟବସ୍ଥାର ରନ୍ଧା ସାମଗ୍ରୀକୁ ମଧ୍ୟ ପୋଲିସ ଜବତ କରିଛି । ଏଥିନେ଼ଇ କରଡ଼ା ଥାନା ପକ୍ଷରୁ କେସ ନଂ ୨୨୪ /୨୧ ପ୍ରକାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ୧୨ ଜୁଆଡିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀଙ୍କ ସୂତ୍ରରୁ ସୁଚନା ମିଳିଛି । ଚଢ଼ାଉ ସମୟରେ ଚିକିଟି ଏସଡିପିଓ କୃଷ୍ଣ ଚନ୍ଦ୍ରଙ୍କ ସହ ଜରଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ , ଏସ୍ ଆଇ ସତ୍ୟନାରାୟଣ ପାଢ଼ୀ , ଏସ୍ ଆଇ ମେଦିନେଶ୍ଵର କହଁର ପ୍ରମୁଖଙ୍କ ସହ ବହୁ ପୋଲିସ କର୍ମଚାରୀ ଚଡାଉରେ ସାମିଲ ହୋଇଥିବା ନେଇ ଥାନା ଅଧିକାରୀ ସୁଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଜରଡା ଥାନା ଅଧୀନ ଅନ୍ତରସିଙ୍ଗି ଓ ତାଳପଡା ଅଞ୍ଚଳରେ ବର୍ଷତମାମ ସ୍ପଷ୍ଟ ଦିବାଲୋକରେ ଜୁଆଆଡ୍ଡା ଚାଲୁଥିବା , ଏହି ଆଡ଼ାକୁ ପଡୋଶୀ ଆନ୍ଧ୍ରପ୍ରଦେଶ ସମେତ ବିଭିନ୍ନ ସ୍ଥାନରୁ ଅସଂଖ୍ୟ ଜୁଆଡି ନିୟମିତ ଭାବେ ଯୋଗଦେଉଥିବା ସୂଚନା ରହିଅଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଞ୍ଚଳବାସୀ ଯୁଆଡ଼ିଙ୍କ ପ୍ରାଦୁର୍ଭାବକୁ ନେଇ ବିଚଳିତ ହେବା ସହ ଅସାମାଜିକ କାର୍ଯ୍ୟ ଏଵଂ ଚୋରି ଲୁଣ୍ଠାନର ଆଶଙ୍କା କରୁଛନ୍ତି । ସ୍ଥାନୀୟ ପୋଲିସ ଜାଣତରେ ନିୟମିତ ଚାଲୁଥିବା ଏହି ଜୁଆଆଡ୍ଡାକୁ ଅତର୍କିତ ଚଢ଼ାଉ କରି ବନ୍ଦ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଜନସାଧରଣଙ୍କ ପକ୍ଷରୁ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here