ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ।

0
164

ବୁଗୁଡା, ୧୦/୧୦/୨୦୨୧: ବୁଗୁଡା ତାଲୁକା ସ୍ତରୀୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅକ୍ଟୋବର ୧୦ ତାରିଖ ଦିନ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଜାତିସଂଘ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ଅନୁମୋଦନ କ୍ରମେ ୧୯୯୨ ମସିହା ଠାରୁ ଅକ୍ଟୋବର ୧୦ ତାରିଖ ଦିନ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ହୋଇ ଆସୁଅଛି। ମାନସିକ ସମସ୍ୟା ଯୋଗୁଁ ବିଶ୍ୱରେ ବାର୍ଷିକ ଆଠ ଲକ୍ଷ ଲୋକ ଆତ୍ମହତ୍ୟା କରୁଥିବା ଜଣାପଡ଼ିଛି। ମାନସିକ ସ୍ୱାସ୍ଥ୍ୟ ଅଧିନିୟମ ୧୯୮୭ ଓ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଅଧିନିୟମ ୨୦୧୭ ପ୍ରକାରେ ଭାରତ ସରକାର ମାନସିକ ରୋଗୀଙ୍କ ପାଇଁ ଆଇନ କରିଛନ୍ତି। ସେହିପରି ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଣୀତ ମାନସିକ ଅନଗ୍ରସରଙ୍କୁ ସେବା ଯୋଜନା ୨୦୧୦ ପ୍ରକାରେ ସର୍ବୋଚ୍ଚ ନ୍ୟାୟାଳୟ ଏହା କାର୍ଯ୍ୟକାରୀ କରିଛନ୍ତି। ଇତ୍ୟବସରରେ ଜାତୀୟ ଆଇନ ସେବା ପ୍ରାଧିକରଣ ରାଜ୍ୟ, ଜିଲ୍ଲା ଓ ତାଲୁକା ସ୍ତରରେ ଆଇନ ସେବା ପ୍ରାଧିକରଣ ମାନସିକ ଅନଗ୍ରସର ମାନଙ୍କୁ ଆଇନ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବୁଗୁଡା ବ୍ଲକର ଗୋଲିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ତାଲୁକା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବୁଗୁଡା କୋର୍ଟର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୋନାଲି ଅପରାଜିତା ଏବଂ ପ୍ୟାନେଲ ଲୟର ସାଇ ସନ୍ତୋଷିନୀ ପ୍ରଧାନ, ସୁଶାନ୍ତ କୁମାର ସେଠୀ, ଅଧିବକ୍ତା ବିଭୁଦତ୍ତ ନାୟକ ପ୍ରମୁଖଙ୍କ ସମେତ ୬୦ ଜଣ ଯୋଗଦେଇଥିବା ବେଳେ ଭିଡିଓ କନଫେରନ୍ସ ମାଧ୍ୟମରେ ଏସ ସି ବି ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲର ମାନସିକ ବ୍ୟାଧି ବିଭାଗର ଡାକ୍ତର ବୀଦ୍ୟା ମହାରଣାଙ୍କ ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here