“ଆଜାଦି କା ଅମୃତ ମହୋତ୍ସବ” ଅବସରରେ ମେଡ଼ିସିନ କୀଟ ବଣ୍ଟନ

0
165

ବ୍ରହ୍ମପୁର, ୧୦/୧୦/୨୦୨୧: ସ୍ୱାଧୀନତା ର ୭୫ ବର୍ଷ ପାଳନ ଅବସରରେ “ଆଜାଦି କା ଅମୃତ ମହୋତ୍ସବ” ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ମାଧ୍ୟମରେ ଉତ୍କଳ ସିନେମା ହଲ ମେଇନ ରୋଡ ସ୍ଥିତ ଜନ ଔଷଧି କେନ୍ଦ୍ର ଠାରେ ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।ଏହି ଅବସରରେ ସାଂସଦ ଚନ୍ଦ୍ରଶେଖର ସାହୁ ୭୫ ବର୍ଷ ବୟସ୍କ ଉର୍ଦ୍ଧ୍ବ ଲୋକଙ୍କୁ ମେଡ଼ିସିନ କୀଟ ବଣ୍ଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର୍ ପଣ୍ଡା, ଜିଲ୍ଲା ବିଜେଡ଼ି ସଭାପତି ଡ଼ା ରମେଶ ଚନ୍ଦ୍ର ପଟ୍ଟନାୟକ, ଜିପିସିଡିଏର ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ହୃଦୟ ମେକାପ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଏହି ଯୋଜନା ମାଧ୍ୟମରେ ଦେଶର ଜନସାଧାରଣ କମ ମୁଲ୍ୟରେ ଉନ୍ନତ ମାନର ଔଷଧ ବ୍ୟବହାର କରି ଏକ ସୁସ୍ଥ ଓ ନିରାମୟ ସମାଜ ଗଠନ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ନେଇଥିବା କଥା ସାଂସଦ ନିଜ ବ୍ୟକ୍ତବ୍ୟରେ କହିଥିଲେ ।ଏହି କାର୍ଯ୍ୟକ୍ରମ ରେ ଶତାଧିକ ବ୍ୟକ୍ତି ଯୋଗଦେଇ ମେଡ଼ିସିନ କୀଟ ଗ୍ରହଣ କରିଥିଲେ । ସେହିପରି ଜିପିସିଡିଏ ହଲରେ ହୃଦୟ ମେକାପଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ୟୁସିଡିଏ ସଭାପତି ପି. ସତ୍ୟନାରାୟଣ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିପିସିଡିଏ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ସ୍ୱରୂପ ପଣ୍ଡା, ଅର୍ଧେନ୍ଦୁ ଶେଖର ପଣ୍ଡା, ପ୍ରଶାନ୍ତ ମହାପାତ୍ର, କୃଷ୍ଣ ପଣ୍ଡା, ବଲଭ ପାଣିଗ୍ରାହିଙ୍କ ସମେତ ଜନଔଷଧି କେନ୍ଦ୍ରର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା l ସେହିପରି ଆଜି ସହର ର ବହୁ ଜନ ଔଷଧି କେନ୍ଦ୍ରରେ “ଆଜାଦି କା ଅମୃତ ମହୋତ୍ସବ” ଅନୁଷ୍ଠିତ ହୋଇଥିଲା l

LEAVE A REPLY

Please enter your comment!
Please enter your name here