ସ୍କାଉଟସ ଏବଂ ଗାଇଡ଼ସ ରେ ରାଜ୍ୟପାଳ ପୁରସ୍କାର ପାଇଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ୱର୍ଦ୍ଧନା

0
70

ରଙ୍ଗେଇଲୁଣ୍ଡା,୧୧/୧୦/୨୦୨୧:ସ୍କାଉଟସ ଏବଂ ଗାଇଡ଼ସ ରେ
କନିସି ସିଦ୍ଧ ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ମାନେ ରାଜ୍ୟପାଳ ପୁରସ୍କାର ପାଇ ଗୌରବ ଅର୍ଜନ କରିଛନ୍ତି।ଗତ ଜୁଲାଇ ମାସ ୨୦୨୧ରେ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଯାଇଥିବା ରାଜ୍ୟ ସ୍ତରୀୟ ସ୍କାଉଟ ଏବଂ ଗାଇଡ଼ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି କନିସି ସ୍ଥିତ ସିଦ୍ଧ ଭୈରବୀ ଉଚ ମାଧ୍ୟମିକ ବିଦ୍ୟାଳୟ ର ଜଣେ ରୋଭେର ଏବଂ ଛ ଜଣ ରେଞ୍ଜର ଅଂଶଗ୍ରହଣ କରି ନିଜ ଟିମ ର ଚେଷ୍ଟା ରେ କୃତିତ୍ୱ ହାସଲ କରି ମାନ୍ୟବର ମହାମହିମ ରାଜ୍ୟପାଳ ଗଣେସୀ ଲାଲ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।ସେମାନଙ୍କ ଉକ୍ତ ସଫଳତା ରେ ଅଞ୍ଚଳ ତଥା ବୁଦ୍ଧିଜୀବୀ ମହଲ ରେ ଆନନ୍ଦ ର ଲହରୀ ଖେଳିଯିବା ସହ ସେମାନଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲେ।ଆଜି ରାଜ୍ୟପାଳ ପୁରସ୍କାର ପାଇଥିବା ଛାତ୍ର ଏବଂ ଛାତ୍ରୀ ମାନଙ୍କୁ କନିସି ସ୍ଥିତ ସିଦ୍ଧ ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭବ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା। ମୁଖ୍ୟ ଅତିଥି ଭାବେ କନିସି ତହସିଲଦାର ଶ୍ରୀ ତାପସ ରାଉତ, ରଙ୍ଗେଈଲୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ କଲେଜ ଅଧକ୍ଷ ଡ଼ା.ଶିବପ୍ରସାଦ ନାୟକ,ରେଞ୍ଜର ଲିଡର ମୋନାଲିସା ଦାସ,ରବେର ଲିଡର ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ଲଷ୍ମୀ ନାରାୟଣ ପଟନାୟକ, ବୈରାଗୀ ବେହେରା, ସତ୍ୟ ନାରାୟଣ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here