ଦଶହରା, ଦୀପାବଳି, ବଡ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର

0
422

ପୁରୀ,୧୧/୧୦/୨୦୨୧: ଦଶହରା, ଦୀପାବଳି, ବଡ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର । ନଭେମ୍ବର ମାସରେ ସବୁ ରବିବାର ବି ବନ୍ଦ ରହିବ ଜଗା ଦର୍ଶନ। ଏପରି ନିଷ୍ପତି ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଗ୍ରହଣ କରାଯାଇଛି।
ଦଶହରା, ଦୀପାବଳି, ବଡ ଏକାଦଶୀ ଓ କାତ୍ତିର୍କ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର । ନଭେମ୍ବର ମାସରେ ମଧ୍ୟ ସବୁ ରବିବାର ବନ୍ଦ ରହିବ ଜଗା ଦର୍ଶନ । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଚଳିତ ମାସ ଦଶହରା ପାଇଁ ୧୫ ତାରିଖ ଦିନ ବନ୍ଦ ରହିବ ଦର୍ଶନ । ୨୦ ତାରିଖ ଦିନ କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଖୋଲା ରହିବ । ନଭେମ୍ବର ମାସର ସମସ୍ତ ରବିବାର ସମେତ ଦୀପାବଳି, କାର୍ତ୍ତିକ ବଡ଼ ଏକାଦଶୀ, କାର୍ତ୍ତିକ ପୁର୍ଣ୍ଣିମାରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିବ ।ଅନ୍ୟପଟେ ଆନନ୍ଦବଜାରରୁ କିଭଳି ଶୃଙ୍ଖଳିତ ଭାବେ ଭକ୍ତମାନେ ମହାପ୍ରସାଦ ପାଇପାରିବେ ସେନେଇ ଗୁରୁତ୍ୱ ଦେଇଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ । କୋଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କୁ ପକ୍ଷରୁ କରାଯାଉଥିବା ହବିଷିଆଳି ଯୋଜନା ଚଳିତ ବର୍ଷ ବନ୍ଦ ରହିବ ।  କରୋନା ମହାମାରୀ ସମୟରେ ପୁରୀକୁ ନଆସିବା ପାଇଁ ଅନୁରୋଧ କରାଯାଇଛି । ଅନ୍ୟପଟେ କୁମାର ପୂର୍ଣ୍ଣିମାରୁ ସେବାୟତ ମାନେ ପାରମ୍ପାରିକ ବେଶରେ ଭିତର କାଠର ଗର୍ଭଗୃହକୁ ଯାଇପାରିବେ ।

LEAVE A REPLY

Please enter your comment!
Please enter your name here