ଦକ୍ଷିଣ ଓଡ଼ିଶା ଯୋନର ନାଟ୍ୟ ସଙ୍ଘର ଉପସଭାପତି ମନୋଜ ଦଣ୍ଡପାଟଙ୍କୁ ବ୍ରହ୍ମପୁରରେ ଭବ୍ୟ ସମ୍ବର୍ଦ୍ଧନା

0
148

ବ୍ରହ୍ମପୁର,୧୩/୧୦/୨୦୨୧: ବ୍ରହ୍ମପୁର ସହରରେ ମଞ୍ଚ କଳା ଏବଂ ନାଟ୍ୟ ଅନୁଷ୍ଠାନ ମାନଙ୍କରେ ସକ୍ରିୟ ଭୂମିକା ଗ୍ରହଣ କରି ନିଜେ ଜଣେ ଭଲ ଅଭିନେତା ଭାବରେ ଯାହାଙ୍କର ଏକ ବିଶେଷ ଅବଦାନ ରହିଛି। ସେଭଳି ଜଣେ କଳାକାର ଦକ୍ଷ ସଙ୍ଗଠକ କଳାପ୍ରେମୀ ଅଭିନେତା ହେଲେ ଇଂ. ମନୋଜ ଦଣ୍ଡପାଟ। ରାଜ୍ୟ ନାଟ୍ୟ ସଙ୍ଘର ଦକ୍ଷିଣ ଓଡ଼ିଶା ଯୋନର ଉପସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ଶ୍ରୀ ଦଣ୍ଡପାଟ। ମନୋଜ ବାବୁ ପ୍ରାକ୍ତନ ଶିକ୍ଷାବିତ ତାସହ କ୍ରୀଡା କ୍ଷେତ୍ରରେ ମଧ୍ୟ ସେ ଜଣେ ଧୁରୀଣ ବ୍ୟକ୍ତିତ୍ୱ। ରାଜ୍ୟ ନାଟ୍ୟ ସଂଘରେ ସେ ଏଭଳି ଏକ ମର୍ଯ୍ୟାଦା ସମ୍ପର୍ଣ୍ଣ ପଦ ପଦବୀରେ ରହି ଦକ୍ଷିଣ ଓଡିଶା ପାଇଁ ପ୍ରତିନିଧିତ୍ବ କରିବେ ତାସହ ନାଟକର ସୁରକ୍ଷା ପାଇଁ ସେ ନିଜର ଆପ୍ରାଣ ଉଦ୍ୟମ କରିବେ ବୋଲି ମତ ଦେଇଛନ୍ତି। ଆଜି ଅନେକ ଅନୁଷ୍ଠାନ ତଥା ବହୁ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷଙ୍କର ଉପସ୍ଥିତିରେ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ କବିସୂର୍ଯ୍ୟ ବଳଦେବ ରଥଙ୍କର ପ୍ରତିମୂର୍ତ୍ତି ନିକଟରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ତ୍ରିପତି ନାୟକ, ପୁର୍ବତନ କର୍ପୋରେଟର ବଦ୍ରୀ ନାରାୟଣ ନାୟକ, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ପଣ୍ଡା, ସଚି ମାଝୀ, ନଳିନୀ ଗୌଡ଼, ମଧୁସୂଦନ ମିଶ୍ର, ପ୍ରୀତି ରଞ୍ଜନ ପ୍ରଧାନ, ଲକୀ, ବିଟୁ, ଏବଂ ଈଶା ପରିବାରର ନିର୍ଦ୍ଦେଶକ ସନ୍ୟାସୀ ମହାରଣା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here