ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

0
244

ନୂଆଦିଲ୍ଲୀ,୧୩/୧୦/୨୦୨୧: ସୁପ୍ରିମକୋର୍ଟ କଲେଜିୟମ ସୁପାରିସ ଆଧାରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶା ହାଇକୋର୍ଟରେ ୩ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ୩ଜଣ ନୂଆ ବିଚାରପତି ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୧୭ଜଣ ବିଚାରପତି ହେବେ। ଆଇନଜୀବୀ ମୃଗାଙ୍କ ଶେଖର ସାହୁ, ଜୁଡ଼ିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଶଶିକାନ୍ତ ମିଶ୍ର ଗଞ୍ଜାମ ଜିଲ୍ଲା ଦୌରା ଜଜ୍‌ ଭାବେ କାର୍ଯ୍ୟରତ ଅଛନ୍ତି।ଏ ସଂପର୍କରେ ଆଜି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ତରଫରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here