ଜରଡା ଥାନାରେ ଅନିୟନ୍ତ୍ରିତ ନିୟମିତ କୁସ ଜୁଆଆଡ୍ଡା । ବଢୁଛି ଚୋରି , ଛିନତାଇ । ଆଶଙ୍କାରେ ଅଧିବାସୀ ।

0
250

ପାତ୍ରପୁର,୧୪/୧୦/୨୦୨୧: ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡା ଥାନା ଅଧୀନରେ ଥିବା ଜୟନ୍ତୀପୁର ପଞ୍ଚାୟତ ବୋରିବାଡ ଗ୍ରାମରେ ଏକ ସିନ୍ଧି ଚୋରୀ ହୋଇଅଛି । ସୁଚିନ୍ତିତ ଉପାୟରେ ଦୁର୍ବୃତ୍ତ ମାନେ ମଧ୍ୟ ରାତ୍ରରେ ଗ୍ରାମର ବନ୍ଧହୁଡ଼ା ସ୍ଥିତ ଗଣେଶ ସାହୁଙ୍କ ଘର କବାଟ ଭାଙ୍ଗି ଘରେ ପଶି ପ୍ରାୟ ୨୦ ତୁଳା ରୁପା ,ନଗଦ ୫୦୦୦/ ଟଙ୍କା ଚୋରିକରି ନେଇଥିବା ଜଣାପଡିଛି । ଘରର ଡ୍ରେସିଂ ଟେବୁଲ୍ ଉଠାଇ ନେଇ ବନ୍ଧହୁଡ଼ାରେ ଭଙ୍ଗାଭଙ୍ଗୀ କରି ଫୋପାଡି ଥିବା ସୁଚନା ରହିଅଛି ।

ଖବର ସଂଗ୍ରହ ସୁଦ୍ଧା ଚୋରି ଜନିତ ଘଟଣାରେ କ୍ଷତିଗ୍ରସ୍ତ ଗଣେଶ ସାହୁ ଥାନାରେ ଏତଲା ଦେବା ନେଇ ପ୍ରସ୍ତୁତି ଚଳାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଅଞ୍ଚଳରେ ଚାଲୁଥିବା ଅବୈଧ ନିୟମିତ କୁସ୍ ଜୁଆ ଆଡାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି । ଅଞ୍ଚଳରେ ଆଶାତୀତ ଭାବରେ ଜୁଆ ଖେଳବୃଦ୍ଧି ପାଇବା ସହିତ ଚୋରି ଭୟ ଅଧିକ ହେଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଅଛି । ବୋରିବାଡ ଗ୍ରାମରାସ୍ତା ଦେଇ ପ୍ରତ୍ୟହ ସ୍ଥାନୀୟ ଓ ପଡୋଶୀ ଆନ୍ଧ୍ର ସୀମାନ୍ତ ଜୁଆଡିଙ୍କ ଯାତାୟାତ କାରଣରୁ ଏଭଳି ଚୋରୀ ସହ ରାହାଜାନୀ ଏବଂ ସ୍ଥାନୀୟ ମହିଳାଙ୍କ ପ୍ରତି ଅଶୋଭନୀୟ ଆଚରଣ କରାଯାଉଥିବା ସନ୍ଦେହ କରୁଛନ୍ତି । ସ୍ଥାନୀୟ ପୋଲିସ ଗାଁ ଗାଁ ବୁଲି ଛୋଟ ମୋଟ ଖେଳାଳି ତାସ ଧରି ଖେଳୁଥିବା ବ୍ୟକ୍ତିବିଶେଷଙ୍କୁ ଧରି ଜୁଆ ଆଡ୍ଡା ଚଢାଉ କରୁଥିବା ବେଳେ ଅସାମାଜିକଙ୍କ ଆଡା ଥିବା ଅବୈଧ କୁସ୍ ଯୁଆଡ଼ିଙ୍କୁ ଜାଣିଶୁଣି ପ୍ରଶ୍ରୟ ଦେଉଥିବାରୁ ଏଭଳି ଘଟଣା ଘଟୁଥିବା ପ୍ରତିକ୍ରିୟା ରଖିଛନ୍ତି । ସ୍ଥାନୀୟ ପୋଲିସ ଅଞ୍ଚଳ ଅବସ୍ଥାକୁ ଅନୁଶୀଳନ କରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here