-: ବିଜେଡିର ମିଶ୍ରଣ ପର୍ବ :- କଳମ୍ବ ପଞ୍ଚାୟତର ୭୦ ରୁ ଉର୍ଦ୍ଧ୍ବ ପରିବାର ଛାଡିଲେ ବିଜେପି

0
158

ପୋଲସରା, ୧୪/୧୦/୨୦୨୧: ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମ ପଞ୍ଚାୟତର ୭୦ ରୁ ଉର୍ଦ୍ଧ୍ବ ପରିବାର ଅକ୍ଟୋବର ୧୪ ତାରିଖ ଦିନ ବିଜେପି ତ୍ୟାଗକରି ହାତୀଓଟ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତରେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ଜଣାପଡିଛି। କଳମ୍ବ ଗ୍ରାମର ବେଲାଳସେନ ପ୍ରଧାନ ଓ ନେହୁର ପ୍ରଧାନଙ୍କ ନେତୃତ୍ୱରେ ଗୋଦାବରୀ ସାହୁ, ଧୋବା ବେହେରା, ଜାମୁନି ସାହୁ, ସନ୍ତୋଷ ସାହୁ, ଉଗ୍ରେସନ ପ୍ରଧାନ, କାଳୁ ସାହୁ, ରାଜୁ ସାହୁ, ଦୀପକ କୁମାର ପ୍ରଧାନ, ଟୁକୁନା ସାହୁ, ବସନ୍ତ ସେଠୀ, କବିରାଜ ସାହୁ, ସୁନୀଲ କୁମାର ସାହୁ, କାଳୁ ଚରଣ ପ୍ରଧାନ, ନାରାୟଣ ପ୍ରଧାନ, ନଗର ପ୍ରଧାନ, ମୋଚିରାମ ପ୍ରଧାନ, ବିଜୟ ବେହେରା ପ୍ରମୁଖ ୭୦ ରୁ ଉର୍ଦ୍ଧ୍ବ ପରିବାର ବିଜେପି କର୍ମୀ ଓ ସମର୍ଥକ ନବୀନ ବାବୁଙ୍କ ଆଦର୍ଶ ଏବଂ ଶ୍ରୀକାନ୍ତ ବାବୁଙ୍କ ଜନସମ୍ପର୍କ ଓ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ବିଜୁଜନତା ଦଳରେ ସାମିଲ ହୋଇଥିବା ସେମାନେ ପ୍ରକାଶ କରିଛନ୍ତି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଓ ସମ୍ପାଦକ ଅଶୋକ କୁମାର ବିଷୋୟୀଙ୍କ ସମେତ ବହୁ ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧି ଓ ବିଜେଡି କର୍ମୀଙ୍କ ଉପସ୍ଥିତରେ ବିଧାୟକ ଶ୍ରୀ ସାହୁ ସମସ୍ତଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ କରିବା ସହ ବିଜେଡିର ସାମିଲ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here