୬୮୦ ଲିଟର ଦେଶୀ ମଦ ଜବତ, ୮ ମାମଲା ରୁଜୁ, ୬ ଜଣ ଗିରଫ

0
119

ବ୍ରହ୍ମପୁର, ୧୪/୧୦/୨୦୨୧: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରା ଙ୍କ ନିର୍ଦ୍ଦେଶ କ୍ରମେ ଆସିକା ଅବକାରୀ ନିରୀକ୍ଷିକ ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ସୋରଡ଼ା ଅଞ୍ଚଳରେ ଅବକାରୀ ଧରପଗଡ଼ କରାଯାଇ ୮ ଟି ମାମଲା ରୁଜୁ ହେବା ସହ ୬ ଜଣଙ୍କୁ ଗିରଫ କରାଯାଇଛି। ଅକ୍ଟୋବର ୧୪ ତାରିଖ ଦିନ ସୋରଡ଼ା ଅବକାରୀ ଥାନା ଅଞ୍ଚଳର ଚମ୍ପାପଲ୍ଲୀ, ରୁଗୁମ ଓ ସାହାସପୁର ଗ୍ରାମତ୍ରୟରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ୧୩ ହଜାର ୨ ଶହ ଲିଟର ଗୁଡ଼ପୋଚ ନଷ୍ଟ କରିବା ସହ ୬୮୦ ଲିଟର ଦେଶୀ ରନ୍ଧା ମଦ ଓ ମଦ ତିଆରି ସରଞ୍ଜାମ ଜବତ କରାଯାଇଛି। ଚୋର ଦେଶୀ ମଦ ତିଆରି ଓ ବିକ୍ରି ଅଭିଯୋଗରେ ୮ ଟି ମାମଲା ରୁଜୁ ହେବା ସହ ୩ ଜଣ ମହିଳା ଓ ୩ ଜଣ ପୁରୁଷ, ମୋଟ ୬ ଜଣଙ୍କୁ ଗିରଫ କରାଯାଇଥିବା ଆସିକା ଅବକାରୀ ନିରୀକ୍ଷକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ନିରୀକ୍ଷିକା ପ୍ରୀତିଧାରା ନାୟକ ଓ ଉପନିରୀକ୍ଷକ ଦୁର୍ଯ୍ୟୋଧନ ଦିଗାଲ, ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ନିରୀକ୍ଷିକା ଗୀତାଞ୍ଜଳି ସାହୁ, ସୋରଡ଼ା ଅବକାରୀ ଓଆଇସି ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ଅବକାରୀ କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here