ବୋରିଗାଁରେ ଜୁଆ ଆଡ୍ଡା ଚଢ଼ାଉ:୬ ଗିରଫ,୩୦,୫୦୦ ଟଙ୍କା ଜବତ

0
137

କୁକୁଡ଼ାଖଣ୍ଡି,୧୬/୧୦/୨୦୨୧: ବ୍ରହ୍ମପୁର ସଦର ଥାନା ପୋଲିସ ପକ୍ଷରୁ ବୋରିଗାଁରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିବା ବେଳେ ୬ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ନିକଟରୁ ୩୦,୫୦୦ ଟଙ୍କା ଓ ଦୁଇଟି ତାସ୍ କାଟା ଜବତ କରାଯାଇଥିବା ସୂଚନା ମିଳିଛି।ତେବେ ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ,ଶନିବାର ସନ୍ଧ୍ୟା ସାଢ଼େ ୭ଟା ସମୟରେ ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ବୋରିଗାଁ ମୁଖ୍ୟ ରାସ୍ତାରେ କିଛି ବ୍ୟକ୍ତି ଜୁଆ ଖେଳୁଥିବା ଖବର ମିଳିବା ପରେ ସଦର ଥାନା ପୋଲିସ ଅଧିକାରୀ ମହେନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଉକ୍ତ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା।ଏହି ଚଢ଼ାଉ ବେଳେ ୬ ଜଣ ଜୁଆଡି ଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୩୦,୫୦୦ ଟଙ୍କା ଓ ୨ଟି ତାସ୍ କାଟା ଜବତ କରାଯାଇଛି।ଗିରଫ ହୋଇଥିବା ବ୍ୟକ୍ତି ସମସ୍ତେ ବୋରିଗାଁ ଗ୍ରାମର ହୋଇଥିବା ବେଳେ ସେମାନଙ୍କ ନାମରେ ସଦର ଥାନାରେ କେସ ନମ୍ବର ୩୪୦/୨୧ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସଦର ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।ତେବେ ଏହି ଚଢ଼ାଉରେ ସଦର ଥାନା ପୋଲିସ ଟିମ୍ ଓ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରା ଓ ତାଙ୍କ ଟିମ୍ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here