ବୁଗୁଡା ବ୍ଳକ ପାଇଁ ୨୦୨୨ ଚୂଡାନ୍ତ ସଂରକ୍ଷଣ ତାଲିକା

0
216

ବୁଗୁଡା, ୨୭/୧୦/୨୦୨୧: ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ପାଇଁ ୱାର୍ଡ , ସରପଞ୍ଚ, ସମିତି ଓ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ୨୦୨୨ ଅକ୍ଟୋବର ୨୬ ତାରିଖରେ ପ୍ରକାଶ ପାଇସାରିଥିବା ବେଳେ ଅକ୍ଟୋବର ୩୦ ତାରିଖ ଦିନ ଜିଲ୍ଲା ପରିଷଦ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଅଧ୍ୟକ୍ଷା ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ବୁଗୁଡା ବ୍ଲକର ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ପଦବୀ ଅଣସଂରକ୍ଷିତ ରହିଅଛି। ସମସ୍ତ ବର୍ଗର ପୁରୁଷ ଓ ମହିଳା ପ୍ରତିଦ୍ୱନ୍ଦିତା କରିପାରିବେ। ସମିତି ସଭ୍ୟ/ସଭ୍ୟା ଙ୍କ ପାଇଁ ଅଣସଂରକ୍ଷିତ ଥିବା ୫ ଟି ଗ୍ରାମ ପଞ୍ଚାୟତ ହେଲା କରଚୁଲି, ପାଙ୍ଗିଡ଼ି, ବିରଞ୍ଚିପୁର, ଭାମସିଆଳି, ଓ ମୋଟାବାଡ଼ି। ମହିଳାଙ୍କ ପାଇଁ ସମିତି ସଭ୍ୟା ସଂରକ୍ଷିତ ୬ ଟି ଗ୍ରାମ ପଞ୍ଚାୟତ ହେଲା ଅନ୍ତରପଡା, ଏ.କରଡ଼ାବାଡ଼ି, ଖୋଳଖାଳି, ଗୋଲିଆ, ଭାଗବାନପୁର ଓ ସଙ୍କୁରୁ। ପଛୁଆବର୍ଗଙ୍କ ପାଇଁ ଗୋଳାବନ୍ଧ ଓ ତାକରଡା ୨ ଟି ଗ୍ରାମ ପଞ୍ଚାୟତ ସଂରକ୍ଷିତ ଥିବା ବେଲେ ପଛୁଆବର୍ଗ ମହିଳାଙ୍କ ପାଇଁ ଅରଖପୁର, ଗୌଡିଆବୋରଦା, ଓ ବାଲିପଦର ଏହି ୩ ଟି ପଞ୍ଚାୟତ ସଂରକ୍ଷିତ ରହିଅଛି। ଅନୁସୂଚିତ ଜାତି ପାଇଁ କଲମ୍ବ ଓ ପୋଚାଲୁଣ୍ଡି ୨ ପଞ୍ଚାୟତ ସଂରକ୍ଷିତ ଥିବାବେଳେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ବି.କରଡ଼ାବାଡ଼ି ଓ ମାଣିତରା ୨ ଟି ପଞ୍ଚାୟତ ସଂରକ୍ଷିତ ରହିଅଛି। ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ କେବଳ କରସିଙ୍ଗି ଗ୍ରାମ ପଞ୍ଚାୟତ ସଂରକ୍ଷିତ ହୋଇଅଛି। ସେହିପରି ସରପଞ୍ଚ ପଦବୀ ପାଇଁ ଅଣସଂରକ୍ଷିତ ୬ ଟି ଗ୍ରାମ ପଞ୍ଚାୟତ ଅନ୍ତରପଡା, ଗୋଲିଆ, ଅନ୍ତରପଡା, ପାଙ୍ଗିଡ଼ି, ବିରଞ୍ଚିପୁର, ଭାଗବାନପୁର ଓ ଭାମଶିଆଳି ଥିବା ବେଳେ ସବୁ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ୬ ଟି ପଞ୍ଚାୟତ ହେଲା ଏ.କରଡ଼ାବାଡ଼ି, ଗୌଡିଆବୋରଦା, ତାକରଡା, ବାଲିପଦର, ମୋଟାବାଡ଼ି ଓ ସଙ୍କୁରୁ। ପଛୁଆ ବର୍ଗ ପାଇଁ କରଚୁଲି ଓ ଖୋଳଖାଳି ୨ ଟି ପଞ୍ଚାୟତ ସଂରକ୍ଷିତ ଥିବାବେଳେ ପଛୁଆବର୍ଗ ମହିଳାଙ୍କ ପାଇଁ ଅରଖପୁର, କରସିଙ୍ଗି, ଓ କଳମ୍ବ ୩ ଟି ପଞ୍ଚାୟତ ସଂରକ୍ଷିତ ରହିଛି। ଅନୁସୂଚିତ ଜାତି ପାଇଁ ପୋଚାଲୁଣ୍ଡି ଓ ମାଣିତରା ୨ ଟି ପଞ୍ଚାୟତ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ଗୋଳାବନ୍ଧ ଓ ବି.କରଡ଼ାବାଡ଼ି ୨ ଟି ସଂରକ୍ଷିତ ରହିଅଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here