ବ୍ରହ୍ମପୁର, ୧୦/୧୧/୨୦୨୧(ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ଶାଳବଣ ଠାରେ ସି ପି ଆଇ ର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କୃଷକ ସଭା ସଭାପତି ସତ୍ୟବାଦୀ ସ୍ବାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବରିଷ୍ଠ ସଦସ୍ୟ ମୋଚିରାମ ସ୍ୱାଇଁ ଦଳୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସି ପି ଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଜିଲ୍ଲା ପ୍ରଭାରୀ କୁମାର ପ୍ରିୟଦର୍ଶି,ଏ ଆଇ ୱାଇ ଏଫ ଉପସଭାପତି କାମଦେବ ନାହାକ, ଆଞ୍ଚଳିକ ସମ୍ପାଦକ ରଙ୍କନାଥ ସ୍ୱାଇଁ, ଜୟ କୃଷ୍ଣ ନାହାକ, ମୋଚିରାମ ସ୍ୱାଇଁ, ଶାଖା ସମ୍ପାଦକ ଲକ୍ଷ୍ମଣ ସ୍ୱାଇଁ ଙ୍କ ସମେତ ଶତାଧିକ ସଦସ୍ୟ ଯୋଗଦେଇ ସରକାରଙ୍କ ଦରଦାମ ବୃଦ୍ଧିକୁ ତୀବ୍ର ନିନ୍ଦା କରିଥିଲେ । ଏହାସହିତ କୃଷି ଆଇନ ପ୍ରତ୍ୟାହାର ସହ ଚାଷୀଙ୍କ ପାଇଁ ତୁରନ୍ତ ସହଯୋଗର ହାତ ବଢ଼ାଇବା ପାଇଁ ଦାବୀ କରାଯାଇଥିଲା । ଅପରପକ୍ଷରେ ଶାଳବଣ ଠାରେ ପିଇବା ପାଣିର ସମସ୍ୟା କୁ ପ୍ରଶାସନ ସମାଧାନ କରିବା ସହ ଖୁଣ୍ଟିଆ ତୋଟା ଠାରୁ ଷଣ୍ଢମୂଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଦାବୀ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା । ଏହା ସହିତ ଆସନ୍ତା ପଂଚାୟତ ନିର୍ବାଚନରେ ଦଳ ପକ୍ଷରୁ ପ୍ରାର୍ଥୀ ଦେବା ପାଇଁ ସର୍ବସମ୍ମତି କ୍ରମେ ଗୃହୀତ ହେଲା ।