ଭାଗବତ ଟୁଙ୍ଗୀରେ କୈବଲ୍ୟ କାର୍ଯ୍ୟକ୍ରମ ଉଦ୍ ଯାପିତ

0
168

ବ୍ରହ୍ମପୁର, ୧୯/୧୧/୨୦୨୧ :
ଗଜପତି ସେବା ଓ ସାଂସ୍କୃତିକ ସମିତି ଆନୁକୁଲ୍ୟରେ ଆୟୋଜିତ “ଭାଗବତ ଟୁଙ୍ଗୀରେ କୈବଲ୍ୟ” କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ସିଟି ହାଇ ସ୍କୁଲ ରୋଡ ସ୍ଥିତ ରଘୁନାଥ ମଠ ପରିସରରେ ମହାସମାରୋହରେ ଉଦ୍ ଯାପିତ ହୋଇଯାଇଛି । ଏହି ଅବସରରେ ସମିତି ଆୟୋଜିତ ମାସବ୍ୟାପୀ ରାମ ଚରିତ ମାନସ ଓ ଭାଗବତ ସମୂହ ପାଠ ସମାହିତ ସହ ବରିଷ୍ଠ ଗାୟକ ସାରଥୀ ପଣ୍ଡା ଓ ଉଲ୍ଲାସ ପଣ୍ଡାଙ୍କ ଦ୍ଵାରା ଦାସକାଠିଆ ନୃତ୍ୟ ପରିବେଷଣ ହୋଇଥିଲା । ସଙ୍ଗୀତାଚାର୍ଯ୍ୟ ଲକ୍ଷ୍ମୀ ନାରାୟଣ ସାମଲ ଏବଂ ଦଳ ଦ୍ବାରା ଭଜନ ସମାରୋହର ଆୟୋଜନ ହୋଇଥିଲା । ଏଥିରେ ଭଗବାନ ସାମଲ, ପ୍ରଦୀପ କୁମାର ସାହୁ, ନୀଳ ମାଧବ ଜେନା, ବୃନ୍ଦାବନ ସାହୁ, ସନ୍ତୋଷ ସାହୁ, ମାମିନା ମିଶ୍ର, ଅନୁରାଧା ପାଣି ପ୍ରମୁଖ ବହୁ ବରିଷ୍ଠ କଳାକାର ସହଯୋଗ କରିଥିଲେ ।
ସମିତି ଆବାହକ ନୀଳାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବରିଷ୍ଠ ଆଇନଜୀବୀ ଶିଶିର କୁମାର ପାଢ଼ୀ ମୁଖ୍ୟ ଅତିଥି ଓ ସମାଜସେବୀ ମଧୁସୂଦନ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମିତି ଦ୍ଵାରା ଏକ ମହତ୍ କାର୍ଯ୍ୟ ସମାହିତ ହୋଇପାରିଛି ଓ ଆଗକୁ ଏତାଦୃଶ ମହତ୍ କାର୍ଯ୍ୟ ସମ୍ପାଦନ ଆଶା ପୋଷଣ ପୂର୍ବକ କର୍ମକର୍ତ୍ତାଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ପରିବେଷଣ କରିଥିବା ଦାସକାଠିଆ କଳାକାର ଦ୍ୱୟଙ୍କୁ ସମିତି ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରିଥିଲେ । ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ଓ ଶିକ୍ଷାବିତ୍ ପଦ୍ମ ଚରଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ମହେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here