ଏସଇଏମଓ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଂଘର ଜିଲ୍ଲାସ୍ତରୀୟ ଅଧିବେଶନ ଅନୁଷ୍ଠିତ

0
176

ବ୍ରହ୍ମପୁର,୨୧/୧୧/୨୦୨୧ (ଟୁକୁନା ପ୍ରଧାନ)-: ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ. ବରିଡା ସ୍ଥିତ ଅମରେଶ୍ଵରଙ୍କ କଲ୍ୟାଣମଣ୍ଡପରେ ଏସଇଏମଓ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଂଘର ଜିଲ୍ଲାସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଛି । ସମାନ କାମକୁ ସମାନ ଦରମା ପ୍ରଦାନ, ଡିପାର୍ଟମେଣ୍ଟରୁ ଦରମା ପ୍ରଦାନ, ନିୟୋଜିତ ବ୍ୟକ୍ତି ଦୁର୍ଘଟଣା ମୃତ୍ୟୁବରଣ କଲେ କ୍ଷତିପୂରଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଏହି ଅଧିବେଶନରେ ଜିଲ୍ଲା ଏସଇଏମଓ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଂଘର ସଭାପତି ପ୍ରମୋଦ ଚନ୍ଦ୍ର ସ୍ୱାଇଁ, ଉପସଭାପତି ଅରକ୍ଷିତ ବାରିକ, ସମ୍ପାଦକ ରବୀନ୍ଦ୍ର ଭଞ୍ଜ ଦେଓ, ସହସମ୍ପାଦକ ସୁରେନ୍ଦ୍ରନାଥ ପାତ୍ର, କୋଷାଧ୍ୟକ୍ଷ ସନ୍ତୋଷ କୁମାର ରେଡି, ଉପଦେଷ୍ଟା ପ୍ରଭାତ କୁମାର ସାହୁ, ବେଗୁନିଆପଡା ବ୍ଲକ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଂଘର ସଭାପତି ପ୍ରବୀଣ କୁମାର ବେହେରା, ସମ୍ପାଦକ ହରଷ ରାଉତ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର ସଭ୍ୟ ସହ ପାଣି ପଞ୍ଚାୟତ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here