ମଠସରସିଂ ଗ୍ରାମ ପଂଚାୟତରେ ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

0
169

 

ବ୍ରହ୍ମପୁର,୨୧/୧୧/୨୦୨୧ ( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠସରସିଂ ଗ୍ରାମ ପଂଚାୟତର ମା ଯୋଡିକଲ୍ୟାଣ ଠାକୁରାଣୀଙ୍କ ପୀଠରେ ବ୍ଲକର ପୂର୍ବତନ ବିଜେଡି ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ପାଣ୍ଡିଙ୍କ ତତ୍ତ୍ୱାବଧାନରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀମା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଜଣାଶୁଣା ଅନୁଗତ ବହୁ ବିଜେଡି କର୍ମୀ ଏକତ୍ରିତ ହୋଇଥିଲେ । ଆଗାମୀ ପଂଚାୟତ ନିର୍ବାଚନରେ ପରିବର୍ତ୍ତିତ ପରିସ୍ଥିତିର ରଣନୀତି କୌଶଳକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏପରିକି ଏହି ବୈଠକରେ ଏକତ୍ରିତ ହୋଇଥିବା ଛାମୁଆ ବିଜେଡି କର୍ମକର୍ତ୍ତା ଓ ନେତ ମଣ୍ଡଳୀଙ୍କ ନିଷ୍ପତ୍ତିରୁ ଜଣାଗଲା ଯେ, ଯେତେ ଯାହା ହେଲେ ମଧ୍ୟ ସେମାନେ ପୂର୍ବତନ ବିଧାୟିକା ରାଣୀ ସୁଜ୍ଞାନ ଦେବୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ଏକାନ୍ତ ଆନୁଗତ୍ୟ ପ୍ରକାଶ କରିବେ । ପରନ୍ତୁ ବିଜେଡିରେ ବିଶ୍ୱାସ ରଖିଥିବା ସମସ୍ତ ଛାତ୍ର, କୃଷକ, ଶ୍ରମିକ ଯେଉଁମାନେ ତୃଣମୂଳ ସ୍ତରରେ କାମ କରି ଆସିଛନ୍ତି, ସେମାନେ ଏହି ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ୱରରେ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଅନେକଙ୍କ ମଧ୍ୟରୁ ଗ୍ରାମପଂଚାୟତ ସ୍ତରୀୟ ଜଣାଶୁଣା ନେତା ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ସେଠି, ସୁଶାନ୍ତ ନାୟକ, ପ୍ରଦୀପ କୁମାର ବେହେରା, ପ୍ରଫୁଲ୍ଲ ସେଠି, ଜଗନ ସେଠି, ଶିବରାମ ସ୍ବାଇଁଙ୍କ ସମେତ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗ ଦେଇଥିବା ଦେଖାଦେଇଥିଲା ।

LEAVE A REPLY

Please enter your comment!
Please enter your name here