ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ସହ ଚକଡ଼ା ପୋକ ଦାଉ ସାଧୁଛି। ସହାୟତା ପାଇଁ ଦାବୀ

0
144

ରଙ୍ଗେଇଲୁଣ୍ଡା,୨୨/୧୧/୨୦୨୧: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ସହିତ ପାଣି ଜମି ରହିଥିବାରୁ ଏପର୍ଯ୍ୟନ୍ତ ଜଳ ନିଷ୍କାସନ ହୋଇ ପାରୁନାହିଁ। ପ୍ରଶାସନ ଙ୍କୁ ଜଣାଇଲେ ମଧ୍ଯ କୌଣସି ସୁଫଳ ମିଳୁ ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଏମିତି ଏକ ବ୍ଲକ ଯେଁଉଠାରେ ପ୍ରତ୍ୟେକ ବର୍ଷ ଚାଷୀ କ୍ଷୟ କ୍ଷତି କିଛି ନା କିଛି କ୍ଷତି ସହୁଥିବା ଦେଖିବାକୁ ମିଳୁଛି। ଦୈବି ଦୂର୍ବିପାକ ରେ କିମ୍ୱା ବାରହା ଉପଦ୍ରବ ଯୋଗୁଁ ଚାଷୀ କ୍ଷତି ସହୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳୁ ନ ଥିବା ଅଭିଯୋଗ କରିଛନ୍ତି।ବର୍ତ୍ତମାନ ବର୍ଷା ଛାଡିବା ପରେ ଚକଡ଼ା ପୋକ ଲାଗି ଗୋଲନ୍ଥରା ଗ୍ରାମର ରମାକାନ୍ତ ପ୍ରଧାନଙ୍କ ପ୍ରାୟ୩ ଏକର ,ଚରଣ ପ୍ରଧାନ, ସଞ୍ଜୟ ଜେନା ଏହିପରି ଅନେକ ଚାଷୀଙ୍କର ହେକ୍ଟର ହେକ୍ଟର ଜମିରେ ଧାନଚାଷ ନଷ୍ଟ ହେବାକୁ ବସିଲାଣି। କୃଷି ବିଭାଗର କୌଣସି କର୍ମଚାରୀ ମାନଙ୍କ ଦେଖା ମିଳୁନଥିବା ଚାଷୀ ଅଭିଯୋଗ କରିଛନ୍ତି। ଏହି ନଭେମ୍ବର ମାସ ଶେଷ ସୁଦ୍ଧା ଚକଡ଼ା ପୋକ ଛାଡ଼ି ଚାଲି ଯାଆନ୍ତି। ଆସନ୍ତାକାଲି ଭିଏଡର୍ବ୍ଲ୍ୟ ଅଞ୍ଚଳ ପରିଦର୍ଶନ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି।ସେ ପହଞ୍ଚିବେ ଚାଷୀଙ୍କ ପାଖରେ। ଅଧା ଦାମ ରେ ଔଷଧ କିଣି ଜମିରେ ଦେଲେ ଚକଡ଼ା ପୋକ ଲୋପ ପାଇବ ବୋଲି ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ବନମାଳୀ କର କହିଛନ୍ତି।

LEAVE A REPLY

Please enter your comment!
Please enter your name here