ମିଶନ ରାଣୀଙ୍କ ପବିତ୍ର ପର୍ବ ଓ ଉପାସନାର ଷଷ୍ଠ ଦିନର ନବୀନା ପୂଜା ରୀତି, ନିରାଡ଼ମ୍ବର ରେ ପାଳିତ

0
173

ବ୍ରହ୍ମପୁର,୨୩/୧୧/୨୦୨୧: ମିଶନ ରାଣୀଙ୍କ ପବିତ୍ର ପର୍ବ ଉପଲକ୍ଷେ, ନବାହ ଉପାସନାର ଷଷ୍ଠ ଦିନର ନବୀନା ପୂଜା ରୀତି, ଅତି ନିରାଡ଼ମ୍ବର ରେ ପାଳନ କରାଯାଉଛି। ଏହି ପବିତ୍ର କ୍ରିୟାର ଦିବ୍ୟ ଯଜ୍ଞରେ ମୁଖ୍ୟ ପୁରୋହିତ ଭାବେ ମାନନୀୟ ଯାଜକ ପ୍ରଭୁ ଦାସ ଦିବ୍ୟ ଯଜ୍ଞ ଉତ୍ସର୍ଗ କରିଥିଲେ ଏବଂ ବ୍ରହ୍ମପୁର ମିଶନ ରାଣୀ ମହାଦେବାଳୟର ମୁଖ୍ୟ ଯାଜକ ସଞ୍ଜୀବ କୁମାର ନାୟକ, ସହକାରୀ ଯାଜକ ଭବେ ସୁରେଶ ନାୟକ ପାରଳାଖେମୁଣ୍ଡି ଚର୍ଚ୍ଚ,ଯାଜକ ଦିଲ୍ଲୀପ ସୋରୋଡା,ଯାଜକ ସଂଜୀବ ବୀର ଦନ୍ତୀଲିଙ୍ଗୀ, ଯାଜକ ବସନ୍ତ ଓ ଯାଜକ ଦିନବନ୍ଧୁ ଦିବ୍ୟ ଯଜ୍ଞରେ ଯୋଗ ଦେଇ, କୁମାରୀ ମାରିଆଙ୍କ ଭକ୍ତଭକ୍ତାଙ୍କ ସହ, ମଣ୍ଡଳୀ ତଥା ଦେଶ ଏବଂ ଏହି ମହାମାରୀ ରେ ମୃତ୍ୟୁ ବରଣ କରିଥିବା ବିଶ୍ୱାସୀ ଭାଇ ଓ ଭଉଣୀ ମାନଙ୍କ, ଏବଂ ଜନ୍ମ ଦିନର ସୁବେଚ୍ଛା ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ସାରା ଜଗତରେ ଶାନ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ। ଏହି ପବିତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କାରିଥିଲେ ଡ଼ ସି ସେବାଭଗ୍ନୀମାନେ ଏବଂ ଏମ ସି ଭ୍ରାତା ମାନେ ଏବଂ ଭାରତ କଲୋନୀ,ଲୁକାଶ କଲୋନୀ, ପ୍ରେମ ନଗର, ବାବାଜି ତୋଟା ସାହି , ସିଟି ହସ୍ପିଟାଲ ରୋଡ,ଅଞ୍ଚଳର ଖ୍ରୀଷ୍ଟ ବିଶ୍ବାସୀମାନେ ପୂଜା ରୀତିର ଆୟୋଜନ ତଥା ପରିଚାଳନା କରିଥିଲେ। ଆଜି ର ବିଷୟ ଥିଲା କୁମାରୀ ମରିଆ ମିଶନ ର ରାଣୀ। ବାକ୍ୟ ପରିବେଷଣ କରିଥିଲେ ଯାଜକ ପ୍ରଭୁଦାସ।

LEAVE A REPLY

Please enter your comment!
Please enter your name here