ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ପ୍ରତିବାଦ ରେ କନିଶି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

0
373

ରଙ୍ଗେଇଲୁଣ୍ଡା,୨୪/୧୧/୨୦୨୧:ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିଶି ସ୍ଥିତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡ଼ି ମହିଳା ଜନତା ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ରନ୍ଧନ ଗ୍ୟାସ, ପେଟ୍ରୋଲ, ଅତ୍ୟାବଶକିୟ ସାମଗ୍ରୀର ମୂଲ୍ୟବୃଦ୍ଧି ପ୍ରତିବାଦ କରି ରାଷ୍ଟ୍ରପତି ଉଦ୍ଦେଶ୍ୟରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଙ୍କୁ ଦାବୀ ରଖିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏକାଠି ହେବା ପାଇଁ ଏକପ୍ରୟାସ କହିଲେ ଅତ୍ୟୁକ୍ତି ହେବନାହିଁ। ଏଣୁ ବ୍ଲକର ଶତାଧିକ ମହିଳା କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। ସୋସିଆଲ ମିଡ଼ିଆ ମାଧ୍ୟ ଏହି ସଭାରେ ବ୍ଲକ ବ୍ଲକସଭାନେତ୍ରୀ ପି. କମଳା ରେଡ୍ଡୀ, ଏହି ପ୍ରତିବାଦ ସଭାରେ ବ୍ଲକ ସଭାପତି ଅଜିତ ଦାସ, ବ୍ଲକ ଉପସଭାପତି ପ୍ରକାଶ ଚନ୍ଦ୍ର ସାମନ୍ତ, ଯୁବସଭାପତି ବିନୋଦ ମହାଙ୍କୁଡ଼, ମିଲେନ୍ଦ୍ର କୁମାର ପ୍ରଧାନ, ପୂର୍ବତନ ଜିଲ୍ଲା ଉପ ସଭାପତି ସି.ଏଚ. ଡିଲେଶ୍ୱର ରେଡ୍ଡୀ,ଜିଲ୍ଲା ସାଧାରଣ ସମ୍ପାଦକ ସରପଞ୍ଚ ବିଷ୍ଣୁପ୍ରିୟା ନାୟକ , ବ୍ଲକ ଅଧ୍ୟକ୍ଷା ସିଏଚ୍ଚ. ଉଷାରାଣୀ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର କୋଠିଆ, ଯୁବନେତା ତଥା ବ୍ଲକ କୋଷାଧ୍ୟକ୍ଷ ନୀଳମାଧବ ପାତ୍ର, ବ୍ଲକ ସମ୍ପାଦକ ଡି.ଚିନ୍ତାମଣି,ପ୍ରକାଶ ଚନ୍ଦ୍ର ରଣା, ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ଲେଙ୍କା, ସମେତ ବ୍ଲକ ର ଶତାଧିକ ମହିଳା, ଛାତ୍ର ଜନତା ଦଳର କର୍ମୀ ଯୋଗ ଦେଇ ଜୟ ବିଜେଡ଼ି, ଜୟ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାବାଜି ଦେଇଥିଲେ। କର୍ମୀ ଯୋଗ ଦେଇ ଜୟ ବିଜେଡ଼ି, ଜୟ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାବାଜି ଦେଇଥିଲେ।

LEAVE A REPLY

Please enter your comment!
Please enter your name here