ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

0
289

ବ୍ରହ୍ମପୁର,୨୪/୧୧/୨୦୨୧: ରାଜ୍ୟର ଜଣେ ସୁନାମଧନ୍ୟ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ତଥା ବର୍ତ୍ତମାନ ନିଉଜ 7 ରେ କାର୍ଯ୍ୟରତ ଥିବା ସୁବୋଧ ପାଣିଗ୍ରାହୀ ଙ୍କ ବିୟୋଗରେ ଆଜି ବ୍ରହ୍ମପୁର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଏହି ଉଦିୟମାନ ଭିଡିଓ ଜର୍ଣ୍ଣାଲିଷ୍ଟ ଙ୍କ ବିୟୋଗରେ ମହମବତୀ ଜାଳି ଅମର ଆତ୍ମା ର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା।ଉଲ୍ଲେଖଯୋଗ୍ୟ ଯେ, ଗତକାଲି ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଯାହା ଫଳରେ ସାରା ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳି ଯାଇଛି।ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ସହରର ସମସ୍ତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here