ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଶତାଧିକ ମହିଳାଙ୍କ ସମାବେଶରେ ଗ୍ୟାସହାଣ୍ଡି ଧରି ସାନଖେମୁଣ୍ଡିରେ ଗର୍ଜିଲା ବିଜେଡି ।

0
252

ବ୍ରହ୍ମପୁର,୨୪/୧୧/୨୦୨୧: ପେଟ୍ରୋଲଜାତ ସାମଗ୍ରୀ ସହ ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ତଥା ଅନିୟନ୍ତ୍ରିତ ଦରବୃଦ୍ଧିକୁ ବିରୋଧ କରି ଆଜି ସାନଖେମୁଣ୍ଡି ବ୍ଲକ୍ ଘେରାଉ ସହ ବିକ୍ଷୋଭ କରିଛି ବିଜେଡି । ବ୍ଲକ୍ ବିଜୁ ମହିଳା ଜନତା ଦଳ ଶୌଜନ୍ୟରୁ ଶହଶହ ମହିଳାଙ୍କ ସହ ବ୍ଲକ୍ ବିଜେଡି କର୍ମୀ , କର୍ମକର୍ତ୍ତାଙ୍କ ସମାବେଶରେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଆୟୋଜିତ ଆଜିର ଏହି କେନ୍ଦ୍ର ବିରୋଧୀ ବିକ୍ଷୋଭ ପ୍ରତିବାଦ ସମାରୋହରେ ବ୍ଲକ୍ ବିଜୁ ମହିଳା ଜନତା ଦଳ ସହ ଛାତ୍ର ଓ ଯୁବ ବିଜେଡି ସଂଗଠନ ମିଳିତ ଭାବେ ବିକ୍ଷୋଭ ସହ ପ୍ରତିବାଦ ସଭାର ଆୟୋଜନ କରି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ କେନ୍ଦ୍ର ବିଜେପି ସରକାରଙ୍କ ଅପାରଗ ଶାସନ ବ୍ୟବସ୍ଥାକୁ ନେଇ ପ୍ରବଳ ବର୍ଷିଥିଲେ । ପାଟପୁର ଗାନ୍ଧିଛକଠାରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ପଦଯାତ୍ରାରେ କେନ୍ଦ୍ର ସରକାରଙ୍କ ପେଟ୍ରୋଲ ଦରବୃଦ୍ଧି ସାଙ୍ଗକୁ ମହିଳାଙ୍କ ରୋଷେଇଘରକୁ ମହଙ୍ଗା ମାଡ଼ ବିରୋଧରେ ସ୍ଲୋଗାନ ଦେଇଥିଲେ । ବ୍ଲକ୍ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ବିଜୁ ମହିଳା ଜନତାଦଳ ସଭାନେତ୍ରୀ ଶ୍ରୀମତୀ ମମତା ପ୍ରଧାନ ପୌରହିତ୍ୟ କରିଥିବା ବେଳେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ବାଇଁ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା କୃଷକ ନେତା ଅନ୍ତର୍ଯ୍ୟାମୀ ସ୍ବାଇଁ , ବ୍ଲକ୍ ବିଜେଡି ସଭାପତି ନୀଳମାଧବ ରାଉତ , ନିତ୍ୟାନନ୍ଦ ପ୍ରଧାନ , ଅମିନ ପ୍ରଧାନ , ବୈଦ୍ୟନାଥ ସିଂ ଙ୍କ ସହିତ ଜିଲ୍ଲା ବିଜୁ ମହିଳା ଜନତା ଦଳ ଉପ ସଭାନେତ୍ରୀ ଶର୍ମିଷ୍ଠା ରାଉତ , ଖଳୀଙ୍ଗି ସରପଞ୍ଚ ମଧୁସ୍ମିତା ରାଉତ , ପଟିଗୁଡା ସମିତିସଭ୍ୟା ମମତା ମଲ୍ଲିକ , ଆର୍ ଶାନ୍ତି ରେଡ୍ଡୀ ପ୍ରମୁଖଙ୍କ ସହ ନନ୍ଦିନୀ ଦେବୀ କେନ୍ଦ୍ର ସରକାରଙ୍କ ମହଙ୍ଗା ମାଡ଼କୁ ନେଇ ତୀବ୍ର ପ୍ରତିବାଦ କରିଥିଲେ । ଆସନ୍ତା ଦିନରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନ ହେଲେ ବିଜେଡି ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ନେଇ ରାଜରାସ୍ତାକୁ ଆସୁଥିବା ନେଇ ସୂଚନା ପ୍ରଦାନ କରିଥିଲେ । ଏହାସହିତ ସାନଖେମୁଣ୍ଡି ବିଡ଼ିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ପ୍ରେରିତ କରାଯିବାକୁ ଥିବା ସ୍ମାରକପତ୍ରକୁ ପ୍ରତିବାଦ ସଭା ସ୍ଥଳରେ ବିଡିଓ ଗାୟତ୍ରୀ ଦତ୍ତ ନାୟକଙ୍କୁ ପ୍ରଦାନ କରିଥିଲେ । ବିଜେଡିର ଆୟୋଜିତ ଏହି ବିକ୍ଷୋଭ ଓ ପ୍ରତିବାଦ ସମାବେଶକୁ ଶାନ୍ତିପୂର୍ଣ୍ଣ ପରିଚାଳନା ଓ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପାଟପୁର ଥାନା ପକ୍ଷରୁ ସଶସ୍ତ୍ର ପୋଲିସ ମୁତୟନ ରହିଥିଲେ ।

LEAVE A REPLY

Please enter your comment!
Please enter your name here