ଦିଗପହଣ୍ଡି ସବଜେଲ ସମ୍ମୁଖରେ ସଡ଼କ ଦୁର୍ଘଟଣା । ଅଜଣା ଭାରିଯାନ ଚାପାରେ ବାଇକ ଆରୋହୀଙ୍କ ମୃତ୍ୟୁ । ପରିଚୟ ଅସ୍ପଷ୍ଟ , ପୋଲିସର ଅନୁସନ୍ଧାନ ଜାରି

0
830

ବ୍ରହ୍ମପୁର,୨୫/୧୧/୨୦୨୧: ପାଟପୁର ଥାନା ଅଞ୍ଚଳ ଦିଗପହଣ୍ଡି – ଆସିକା ଜାତୀୟ ରାଜପଥ ନଂ ୩୨୬ ମହାନଳା – ସହାସପୁର ହାଟ ମଧ୍ୟସ୍ଥ ଦିଗପହଣ୍ଡି ସବଜେଲ ସମ୍ମୁଖରେ ଆଜି ପ୍ରାୟ ସାଢେ଼ ୯ ଘଟିକା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କୌଣସି ମାଲବାହୀ ଭାରୀଯାନ ଚାପାରେ ଜନୈକ ବାଇକ ଆରୋହୀଙ୍କ ଆକସ୍ମିକ ମୃତ୍ୟୁ ହୋଇଥିବା ଜଣାଯାଇଅଛି । ଦୁର୍ଘଟଣା ଘଟାଇ ଅଜଣା ଭାରୀଯାନ ଘଟଣା ସ୍ଥଳରୁ ଉଭାନ ହୋଇଯାଇଥିବା ବେଳେ ବାଇକରୁ ଛିଟିକି ଆରୋହୀ ଜଣକ ଭାରିଯାନ ଚକାରେ ଚାପିହୋଇ ପଡ଼ିବାରୁ ହୃଦୟ ସହ ଅନ୍ତ ବୁଜୁଳା ପ୍ରାୟ ପନ୍ଦର ଫୁଟ ଦୂରରେ ପଡ଼ିଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ଶବ୍ଦରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଜେଲ କର୍ମଚାରୀ ସମୂହ ଘଟଣା ସ୍ଥଳରେ ପହଞ୍ଚିବା ସହିତ ପାଟପୁର ଥାନାକୁ ସୂଚନା ଦେଇଥିଲେ । ପାଟପୁର ଥାନା ପକ୍ଷରୁ ଆଇ ଆଇ ସି ସବ୍ୟସାଚୀ ମଲ୍ଲ ସଦଳବଳେ ଘଟଣସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ରେଜିଷ୍ଟ୍ରେସନ୍ ନଂ – ଓ ଆର୍ ୦୭ ଦବ୍ଲୁ – ୪୪୯୧ ,ଆଧାରରେ ମୃତକ ଜଣକ ବ୍ରହ୍ମପୁର ଆସିକା ରୋଡ଼ ବାସିନ୍ଦା ହୋଇଥିବା ଜଣାଯାଇଥିଲେ ସୁଦ୍ଧା ପ୍ରକୃତ ପରିଚୟ ସ୍ପଷ୍ଟ ହୋଇନଥିବା ଜଣାଯାଇଛି । ପାଟପୁର ଥାନା ପୋଲିସ ପକ୍ଷରୁ ମୃତଶବକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ବ୍ୟବସ୍ଥା କରାଯାଇ ଉଭୟ ଦିଗର ଯାତାୟାତକୁ ସ୍ଵାଭାବିକ କରାଯାଇ ଅନୁସନ୍ଧାନ ଜାରି ରହିଥିବା ଥାନା ପକ୍ଷରୁ ସୂଚନା ମିଳିଅଛି ।

LEAVE A REPLY

Please enter your comment!
Please enter your name here