ପାଟପୁର ଶ୍ରୀ ମହାଲକ୍ଷ୍ମୀ ମନ୍ଦିରରେ ବିଂଶବାର୍ଷିକ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ

0
253

ବ୍ରହ୍ମପୁର , ୨୫ / ୧୧ / ୨୦୨୧ : ସାନଖେମୁଣ୍ଡି ବ୍ଲକ୍ ପାଟପୁର ମହାଲକ୍ଷ୍ମୀ ନଗରରେ ଅଧିଷ୍ଠିତ ଶ୍ରୀ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ମହାମାୟୀଙ୍କ ବିଂଶବାର୍ଷିକ ପୂଜା ଉତ୍ସବ ଆଜି ପବିତ୍ର ମାଣବସା ଗୁରୁବାରରେ ଆରମ୍ଭ ହୋଇଅଛି । ଅଞ୍ଚଳ ସଧବା ମହିଳାଙ୍କ ପବିତ୍ର ମାଣବସା ଗୁରୁବାର ପରିପ୍ରେକ୍ଷୀରେ ଅସଂଖ୍ୟ ମହିଳାଙ୍କ ମନ୍ଦିର ଆଗମନ ଏବଂ ମାଁ ମହାଲକ୍ଷ୍ମୀଙ୍କ ଦିବ୍ୟ ଦର୍ଶନ କରି କୃପାଭିକ୍ଷା ଲାଭ କରିଛନ୍ତି । ମନ୍ଦିର ପରିଚାଳନା କମିଟି ଏବଂ ଉଦ୍ୟୋକ୍ତାଙ୍କ ମିଳିତ ସହଯୋଗରେ ମହାଲକ୍ଷ୍ମୀଙ୍କ ପୀଠରେ ଆଜି ପ୍ରଥମ ଗୁରୁବାର ଅବସରରେ ନାମ , ଭଜନ କୀର୍ତ୍ତନ , ସୂର୍ଯ୍ୟ ପୂଜା , ନବଗ୍ରହ ପୂଜା ସହ ହୋମ ଆଦି ଅନୁଷ୍ଠିତ ହୋଇଅଛି । ସର୍ବଶ୍ରୀ ଗୋପାଳ ଚନ୍ଦ୍ର ତ୍ରିପାଠୀ , ଦୁର୍ଗାମାଧବ ମିଶ୍ର , ଶିବରାମ ତ୍ରିପାଠୀ ପ୍ରମୁଖ କର୍ମକାଣ୍ଡବିତଙ୍କ ଶାସ୍ତ୍ର ସମ୍ମତ ବିଧିରେ ଆୟୋଜିତ ଦେବୀ ମାର୍ଜନା , ଆରାଧନା , ସ୍ଥାପନା , ତଥା ପୂଜନ ହୋଇଅଛି ।ମନ୍ଦିର ପରିଚାଳନା କମିଟି ସଭାପତି ଅଶୋକ କୁମାର ବେହରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ପାରମ୍ପରିକ ଏକମାସ ବ୍ୟାପୀ ଶ୍ରୀ ମହାଲକ୍ଷ୍ମୀଙ୍କ ପୂଜା କାର୍ଯ୍ୟକ୍ରମରେ ସମ୍ପାଦକ ଚନ୍ଦଶେଖର ସାମନ୍ତରାୟ , ଆର .ରଘୁନାଥ ଦୋରା , ଅରୁଣ କୁମାର ଖୁଣ୍ଟିଆ , ରଞ୍ଜନ କୁମାର ସାହୁ , ଅଜିତ କୁମାର ସାହୁ , ସିମାଞ୍ଚଳ ବିଶ୍ଵଳ , ସୁଦର୍ଶନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here