ବରାହ ଶିକାର ଫାସରେ ଜଣେ ଯୁବକ ମୃତ୍ୟୁ,ଜଣେ ଆହତ

0
201

ବୁଗୁଡା, ୨୭/୧୧/୨୦୨୧: ବରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଫାସରେ ଲାଗି ନଭେମ୍ବର ୨୬ ତାରିଖ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଜଣେ ଯୁବକଙ୍କ ମୂତ୍ଯୁ ଘଟିଥିବା ବେଳେ ଜଣେ ଆହତ ହୋଇ ବୁଗୁଡା ମେଡ଼ିକାଲ ରେ ଚିକିତ୍ସା ହେଉଛନ୍ତି। ମୃତ୍ୟୁ ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ କହ୍ନେଇପୁର ଗ୍ରାମର ଶ୍ରୀକାନ୍ତ ଗୌଡ (୩୦)ଓ ଆହତ ଜଣଙ୍କ ହେଲେ ପ୍ରକାଶ ଗୌଡ଼ । ମୂତ୍ଯୁ ଯୁବକ ଙ୍କ ପରିବାର ଲୋକଙ୍କ କହିବାନୁଯାଇ ଶ୍ରୀକାନ୍ତ ଗୌଡ ନିଜର କୁକୁଡା ଫାର୍ମରେ କୁକୁଡା ମାନଙ୍କୁ ଦାନା ଓ ପାଣି ଦେଇସାରିବା ପରେ ଶ୍ରୀକାନ୍ତ ଗୌଡ ଓ ପ୍ରକାଶ ଗୌଡ ସ୍ନାନ ଶୌଚ ପାଇଁ ଘାଇକୁ ଯାଉଥିଲେ। ହେଲେ ଧାନ ଫସଲ ଖାଇବାକୁ ହାତୀ ଓ ବରାହ ଆସୁଥିବା ଯୋଗୁଁ ବରାହ ଶିକାର କରିବା ପାଇଁ କେହି ଶିକାରୀ ବିଦ୍ୟୁତ ତାର ଫାସ ପକାଇ ଥିଲେ। ବିଛା ଯାଇଥିବା ବିଦ୍ୟୁତ ତାରରେ ଶ୍ରୀକାନ୍ତ ଗୌଡ ଓ ପ୍ରକାଶ ଗୌଡ ଙ୍କ ଗୋଡ ଲାଗିଯାଇଥିଲା। ଫଳରେ ଶ୍ରୀକାନ୍ତ ଗୌଡଙ୍କ ଘଟଣା ସ୍ଥଳରେ ମୂତ୍ଯୁ ଘଟିଥିବା ବେଳେ ଅଳ୍ପକେ ରକ୍ଷା ପାଇଛନ୍ତି ପ୍ରକାଶ ଗୌଡ଼। ଖବର ପାଇ ବୁଗୁଡା ଦମକଳ ବାହିନୀ ଓ ବୁଗୁଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବୁଗୁଡା ଦମକଳ ବିଭାଗ କର୍ମଚାରୀ ବୃନ୍ଦ ଘଟଣା ସ୍ଥଳରୁ ଶ୍ରୀକାନ୍ତ ଗୌଡଙ୍କୁ ଉଧାର କରିଛି ବୁଗୁଡା ମେଡ଼ିକାଲରେ ରାତ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ପରୀକ୍ଷା ପରେ ଶ୍ରୀକାନ୍ତ ଗୌଡ଼ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବୁଗୁଡା ଥାନା ପୋଲିସ ମରଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ବିଦ୍ୟୁତ ଫାସ ପକାଇଥିବା ବ୍ୟକ୍ତିକୁ ଧରିବା ପାଇଁ ପୋଲିସ ଅନୁସନ୍ଧାନ ଜାରି ରଖିଛନ୍ତି। ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ଚିକିତ୍ସାଧୀନ ଥିବା ପ୍ରକାଶ ଗୌଡ଼ ଙ୍କୁ ପୋଲିସ ଜେରା କରିଥିବା ଜଣାପଡ଼ିଛି। ଏହି ମୃତ୍ୟୁ ଘଟଣା ପାଇଁ କେତେକ ବ୍ୟକ୍ତି ବନବିଭାଗକୁ ମଧ୍ୟ ଦାୟୀ କରିଛନ୍ତି। ବରାହ ଓ ହାତୀ ଫସଲ ନଷ୍ଟ କରୁଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ବନ ବିଭାଗ ପେଟ୍ରୋଲିଂ ବ୍ୟବସ୍ଥା କରୁନଥିବା ଅଭିଯୋଗ ହେଉଛି। ଫଳରେ ଶିକାରୀ ମାନେ ବରାହ ଶିକାର ପାଇଁ ପକାଇଥିବା ବେଳେ ଏକ ମୂଲ୍ୟବାନ ଜୀବନ ଚାଲିଯାଇଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here