ବ୍ରହ୍ମପୁର ଟାଉନ ହଲଠାରେ ନିଖିଳ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକପାଚିକା ମହାସଂଘର ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

0
246

ବ୍ରହ୍ମପୁର, ୨୭ / ୧୧/ ୨୦୨୧: ବିଜୁ ଶ୍ରମିକ ସଂଗଠନ ଅନୁମୋଦିତ ଗଞ୍ଜାମ ଜିଲ୍ଲା ପାଚକପାଚିକା ମହାସଙ୍ଘର ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଆଜି ବ୍ରହ୍ମପୁର ସ୍ଥିତ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଗଞ୍ଜାମ ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ସାମାନ୍ୟ ମଜୁରୀରେ ମଧ୍ୟାହ୍ନ ଭୋଜନ ପରିବେଷଣ ସହ ଶିକ୍ଷାର୍ଥୀଙ୍କୁ ବଣ୍ଟନ କାର୍ଯ୍ୟରେ ନିୟୋଜିତ ହଜାର ସଂଖ୍ୟାରେ ପାଚକପାଚିକାଙ୍କ ସମାବେଶରେ ଆୟୋଜିତ ଏହି ସମ୍ମିଳନୀକୁ ବିଜୁ ଜନତାଦଳ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭର୍ଚ୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ । ଆୟୋଜିତ ଏହି ସମ୍ମିଳନୀରେ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ରାଜ୍ୟ ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ ପୌରହିତ୍ୟ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଶ୍ରୀ ଗୋପବନ୍ଧୁ ଦାସ , ରାଜ୍ୟସଭା ସାଂସଦ ତଥା ରାଜ୍ୟ ଶ୍ରମିକ ବୋର୍ଡର ମହାସଚିବ ସୁବାସ ସିଂ , ରାଜ୍ୟ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲ ସଭାପତି ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ , ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , କବିସୂର୍ଯ୍ୟ ନଗର ବିଧାୟିକା ଶ୍ରମତୀ ଲତିକା ପ୍ରଧାନ , ସୋରଡା ବିଧାୟକ ପୁର୍ଣଚନ୍ଦ୍ର ସ୍ୱାଇଁ , ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ , ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା , ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ସୁବାସ ମହାରଣା , ମହିଳା ନେତ୍ରୀ ସଙ୍ଘମିତ୍ରା ଦଳେଇ , ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ କାନ୍ତ ସାହୁ ପ୍ରମୁଖ ମଞ୍ଚାସିନ ରହି ପାଚକପାଚିକାଙ୍କ ସର୍ବନିମ୍ନ ଆବଶ୍ୟକତା ଏବଂ ରାଜ୍ୟ ସରକାରଙ୍କ ଏମାନଙ୍କ ପାଇଁ ଥିବା ଆଭିମୂଖ୍ୟକୁ ନେଇ ନିଜନିଜ ବକ୍ତବ୍ୟ ରଖିଥିଲେ । ବିଜୁ ଶ୍ରମିକ ସଙ୍ଘଠନ ଅନୁବନ୍ଧିତ ନିଖିଳ ଓଡ଼ିଶା ପାଚକ ପାଚିକା ମହାସଂଘର ସରକାରଙ୍କ ପ୍ରତି ଥିବା ଆଭିମୂଖ୍ୟକୁ ନେଇ ଏମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି , ଜୀବନବିମା ସୁବିଧା ସହ ସାମାଜିକ ନିରାପତ୍ତା ନେଇ ରାଜ୍ୟ ସରକାରଙ୍କୁ ଅନୁପ୍ରାଣିତ କରାଯିବାକୁ ମତ ପ୍ରକାଶ କରାଯାଇଥିଲା । ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଓ ରାଜ୍ୟ ସରକାରଙ୍କ ନଜରକୁ ନେଇ ପାଚକ ପାଚିକାଙ୍କ ସର୍ବନିମ୍ନ ସମସ୍ୟାର ତର୍ଜମା ସହ ସମାଧାନ କରାଯିବାକୁ ଉପସ୍ଥିତ ନେତୃବୃନ୍ଦ ମତପ୍ରକାଶ କରିଥିଲେ |

LEAVE A REPLY

Please enter your comment!
Please enter your name here