ରଙ୍ଗେଇଲୁଣ୍ଡା: ଭାରତୀୟ ଜନତା ପାର୍ଟି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ

0
277

ରଙ୍ଗେଇଲୁଣ୍ଡା,୨୭/୧୧/୨୦୨୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆରମ୍ଭ ହେଲା ଦଳ ଡ଼ିଆଁ କାର୍ଯ୍ୟକ୍ରମ। ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ମାର୍କଣ୍ଡି ଗ୍ରାମପଞ୍ଚାୟତ ତରଫରୁ ସ୍ଥାନୀୟ ମାର୍କଣ୍ଡଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମୂଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ବିଭୁତି ଭୁଷଣ ଜେନା ଯୋଗଦେଇ ଥିଲେ।ଗ୍ରାମର କୁଳନାଇଡୁ ବି.ଏରେୟା ଓ ଭଦ୍ରବ୍ୟକ୍ତି ମାନଙ୍କ ଏମ. ନାରାୟଣ, କେ.ସନ୍ନ୍ୟାସୀ, ଏନ.ଯୋଗାରାଓ, ଏମ.ଡିଲେଶୁ,ଶିଏଚ. ଚନ୍ଦ୍ରମଣି, ବି.ରୁଦ୍ରେୟl, ଏମ.କରଲେୟା, ବି.କାମେୟାଙ୍କ ସହ ଗ୍ରାମବାସୀ ସ୍ଵାଗତ କରିଥିବା ବେଳେ ଗ୍ରାମବାସୀ ଓ ଭଦ୍ରବ୍ୟକ୍ତି ମାନଙ୍କ ତରଫରୁ ମୁଖ୍ୟ ଅତିଥି ସହ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ଜିଲ୍ଲାପରିଷଦ ସଭ୍ୟ,ଵିନୋଦ ଚନ୍ଦ୍ର ମିଶ୍ର, ଏଲ୍ . ମୋହନ ଦାସ୍,ମଣ୍ଡଳ ସଭାପତି ବ୍ରଜମୋହନ ନାହକ, ସନତ୍ କୁମାର ନାୟକ, ସୁଶାନ୍ତ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କୁମାର୍ ଷଡ଼ଙ୍ଗୀ, ଏନ୍. ରାଜେନ୍ଦ୍ର , ୟୁବମୋର୍ଚ୍ଚା ରାଜ୍ଯ କାର୍ଯ୍ୟକାରୀଣି ସଦସ୍ୟ ଶୁବାସିଶ୍ ସାହୁ , ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଜଗମୋହନ ପାତ୍ର ପ୍ରମୁଖକ ଙ୍କୁ ଫୁଲମାଳ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ମିଶ୍ରଣ ବେଳେ ଗ୍ରାମବାସୀ ତଥା ମତ୍ସ୍ୟଜିବି ଙ୍କ ମୁଖ୍ୟ ସମସ୍ୟା ମାର୍କଣ୍ଡି ମୁହାଣ ଖୋଲିବା ଏବଂ ଜେ.ଟି ନିର୍ମାଣ ଦ୍ଵାରା ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇପାରିବେ ଯାହାକି ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିଲା ନାହିଁ ଯାଫଳରେ ଗ୍ରାମର ମତ୍ସ୍ୟଜୀବୀ ମାନେ କେରଳ, ଚେନ୍ନାଇ ଜୀବିକା ନିର୍ବାହ ପାଇଁ ଯିବାକୁ ପଡ଼ୁଛି ଏବଂ କୌଣସି ଦୁର୍ଘଟଣା ଘଟିଲେ ସେଠାରୁ ଫେରିବା ମୁସ୍କିଲ୍ ହୋଇପଡୁଥିବାର ଦୁଃଖ ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ତିନି, ତିନି ଥର ସାଧାରଣ ନିର୍ବାଚନ ବିତିଯାଇଥିଲେ ମଧ୍ୟ ମତ୍ସ୍ୟଜୀବୀ ମାନଙ୍କର ଏହି ମୂଖ୍ୟ ସମସ୍ୟା କୁ ଆଧାର କରି ଶାସକ ଦଳ ଭୋଟ୍ ହାତେଇ ସରକାର ଗଡି ଥିବାବେଳେ ଗ୍ରାମବାସୀଙ୍କ ଦୁଃଖ କିନ୍ତୁ ବର୍ତ୍ତମାନ ଶୁଦ୍ଧା ଦୁର ହୋଇପାରିଲା ନାହିଁ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି । ଏଣୁ ଶନିବାର ଦିନ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି ବୋଲି ମିଶ୍ରଣ ପର୍ବ ରେ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here