ଶେରଗଡ ପୁଲିସ କୁ ଆଉ ଏକ ସଫଳତା

0
220

ଶେରଗଡ଼,୨୭/୧୧/୨୦୨୧(ଡାକ୍ତର ହୃଷୀକେଶମହାନ୍ତି) : ପୋଲିସ ଆଉ ଏକ ଚୋରି କେସ ର ପର୍ଦ୍ଦାଫାଶ କରିଛି । କିଛି ଦିନ ହେଲା ଶେରଗଡ଼ ଅଞ୍ଚଳରେ ଲଗାତାର ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା ଥାଉକି କିଛିଦିନ ତଳେ ପାଞ୍ଚଟି ପୃଥକ ପୃଥକ ଚୋରି ମାମଲା ରେ ଶେରଗଡ଼ର ବିଭିନ୍ନ ଦୋକାନ ଓ ଶିକ୍ଷାଅନୁଷ୍ଠାନରୁ ଲାପଟପ, ପଙ୍ଖା, ପାଣି ମୋଟର,ଏଲଇଡି ମନିଟର, ରଙ୍ଗୀନ ପ୍ରିଣ୍ଟର ଏହିଭଳି ବିଭିନ୍ନ ଚୋରି ଘଟଣାରେ ଶେରଗଡ଼ ପୋଲିସ ସାତ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା, ଏବେ ସେହି କେସ ରେ ଶେରଗଡ଼ ଥାନାରେ ରୁଜୁ ହୋଇଥିବା କେସ ନମ୍ବର ୨୨୧/୨୧ ର ପର୍ଦ୍ଦାଫାଶ କରିଛି । ଶେରଗଡ଼ ଥାନା ଧିକାରୀଣୀ ମମତା କୁମାରୀ ସାମନ୍ତରାୟଙ୍କ ନେତୃତ୍ୱ ରେ ଏକ ଟିମ ଅଭିଯୁକ୍ତ ଇଡି ପ୍ରଦୀପ କୁମାରକୁ ଆନ୍ଧ୍ରପ୍ରଦେଶ ତିଳକ ନଗର ଗ୍ରାମରୁ ଧରୀ କୋର୍ଟ ଚାଲାଣ କରିବା ସହ ନିକୋନ ଡି ୭୫୦୦ କ୍ୟାମେରା ଜବତ କରିଥିବା ଶେରଗଡ଼ ଥାନା ଧିକାରୀଣୀ ମମତା କୁମାରୀ ସାମନ୍ତରାୟ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here