ତିନି ଗୋଟି ବିଦ୍ୟାଳୟରେ ପୋଷାକ ବିତରଣ ମେଳା

0
200

ବୁଗୁଡା, ୨୭/୧୧/୨୦୨୧: ବୁଗୁଡା ବ୍ଲକର ତିନି ଗୋଟି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ଓ ଜୋତା ବିତରଣ ମେଳା ଅନୁଷ୍ଠିତ ହୋଇ ଯାଇଛି। ସେହି ତିନି ଗୋଟି ହେଲା ବୁଗୁଡା ଏନଏସି ର କାଞ୍ଜିଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟ, ବି.ବ୍ରହ୍ମପୁର ପ୍ରାଥମିକ ବିଦ୍ୟାଳୟ ଓ ବୁଗୁଡା ଏନଏସି ର କାଦପଡା ପ୍ରାଥମିକ ବିଦ୍ୟାଳୟ। ନଭେମ୍ବର ୨୫ ତାରିଖ ଦିନ କାଞ୍ଜିଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ମେଳାକୁ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଉଦଘାଟନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରିତା ବ୍ରହ୍ମା ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ସିଆରସିସି ପ୍ରତାପ କୁମାର ଖାଡଙ୍ଗା ଓ ଏସଏମସି ସଭାପତି ଏ ରାଜେନ୍ଦ୍ର ରେଡି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ସହକାରୀ ଶିକ୍ଷକ ସୁଶାନ୍ତ କୁମାର ସେଠୀ ମେଳା ପରିଚାଳନା କରିଥିଲେ। ସେହିପରି ବି ବ୍ରହ୍ମପୁର ପ୍ରାଥମିକ ବିଦ୍ୟାଳୟରେ ନଭେମ୍ବର ୨୬ ତାରିଖ ଦିନ ଅନୁଷ୍ଠିତ ମେଳାରେ ମୁଖ୍ୟ ଅତିଥିଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ବସନ୍ତ ମଞ୍ଜରୀ ହୋତାଙ୍କ ସଂଯୋଜନା ଓ ଏସଏମସି ସଭାପତି ଗନ୍ଧମାର୍ଦ୍ଦନ ସେଠୀଙ୍କ ଅଧ୍ୟକ୍ଷତାରେ ମେଳା କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟବକ୍ତ ଭାବେ ସିଆରସିସି ସନ୍ତୋଷ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ସରପଞ୍ଚଙ୍କ ପ୍ରତିନିଧି ପଞ୍ଚାନନ ସାହୁ ଯୋଗଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀ ଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିବା ବେଳେ ସହକାରୀ ଶିକ୍ଷକ ଭରତ ଧାରୁଆ ସହଯୋଗ କରିଥିଲେ। ବୁଗୁଡା ଏନଏସିର ଅନ୍ୟତମ ଶିକ୍ଷାନୁଷ୍ଠାନ କାଦପଡା ପ୍ରାଥମିକ ବିଦ୍ୟାଳୟରେ ନଭେମ୍ବର ୨୫ ତାରିଖ ଦିନ ଅନୁଷ୍ଠିତ ମେଳା ପ୍ରଧାନ ଶିକ୍ଷୟିତ୍ରୀ କନକଲତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନୁଷ୍ଠିତ ହୋଇଥିବା ବେଳେ ଏସଏମସି ସଭାପତି ପି.ରବି ନାରାୟଣ ଦୋରା ମୁଖ୍ୟ ଅତିଥି ଓ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରେକୃଷ୍ଣ ପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ବଂଶୀଧର ଦାଶ, ଗ୍ରାମ୍ୟ ସଭାପତି କିଶୋର ଚନ୍ଦ୍ର ଦାସ ଓ ସିଆରସିସି ପ୍ରତାପ କୁମାର ଖଡଙ୍ଗା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ନମିତା ଖଟେଇ ମେଳା ପରିଚାଳନା କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here