ମିଶନ ରାଣୀଙ୍କ ପବିତ୍ର ପର୍ବ ଉପଲକ୍ଷେ ମା ମିଶନ ରାଣୀ ଙ୍କ କାଣ୍ଡେଲ ଯାତ୍ରା ଅନୁଷ୍ଠିତ

0
192

ବ୍ରହ୍ମପୁର,୨୭/୧୧/୨୦୨୧: ମିଶନ ରାଣୀଙ୍କ ପବିତ୍ର ପର୍ବ ଉପଲକ୍ଷେ ଆଜି ପ୍ରସିଦ୍ଧ ମା ମିଶନ ରାଣୀ ଙ୍କ କାଣ୍ଡେଲ ଯାତ୍ରା ଅତି ନିରାଡ଼ମ୍ବର ରେ ପାଳନ କରାଗଲା। ଏହି ପବିତ୍ର କ୍ରିୟାର ଦିବ୍ୟ ଯଜ୍ଞରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ଧର୍ମଦକ୍ଷ ବିଶୋପ ଶରତ ଚନ୍ଦ୍ର ନାୟକ ପୂଜା ଅର୍ଚନା କରିଥିଲେ, ଏଥିରେ ବିଭିନ୍ନ ପ୍ୟାରିଶ ର ଧର୍ମ ଯଯାକ ମାନେ ଯୋଗ ଦେଇ ଥିଲେ। ପୁରୋହିତ ମଥୁଏ ନାୟକ ସନ୍ଧ୍ୟା ରେ କୁମାରୀ ମରିଆଙ୍କ ଜୀବନ ଉପରେ ବାକ୍ୟ ପରିବେଷଣ କରିଥିଲେ। ଏହା ସହିତ ଦିବ୍ୟା ପ୍ରାସାଦ ଆରାଧନା ଯଯାକ ଦୁଷ୍ମନ୍ତ। ବ୍ରହ୍ମପୁର ମିଶନ ରାଣୀ ମହାଦେବାଳୟର ମୁଖ୍ୟ ଯାଜକ ସଞ୍ଜୀବ କୁମାର ନାୟକ, ସହକାରୀ ଯାଜକ ପ୍ରଭୁଦାସ ,ଦିବ୍ୟ ଯଜ୍ଞରେ ଯୋଗ ଦେଇ, କୁମାରୀ ମାରିଆଙ୍କ ଭକ୍ତଭକ୍ତାଙ୍କ ସହ, ମଣ୍ଡଳୀ ତଥା ଦେଶ ଏବଂ ଏହି ମହାମାରୀ ରେ ମୃତ୍ୟୁ ବରଣ କରିଥିବା ବିଶ୍ୱାସୀ ଭାଇ ଓ ଭଉଣୀ ମାନଙ୍କ, ଏବଂ ଜନ୍ମ ଦିନର ସୁବେଚ୍ଛା ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ସାରା ଜଗତରେ ଶାନ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ।

LEAVE A REPLY

Please enter your comment!
Please enter your name here