ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟ ର ମିଳିତ ଆନୁକୁଲ୍ୟରେ ଶୀତ ସାହିତ୍ୟ ଆସର

0
366

ବ୍ରହ୍ମପୁର, ୨୭/୧୧/୨୦୨୧ ସ୍ଥାନୀୟ ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ମିଳିତ ଆନୁକୁଲ୍ୟରେ ଶୀତ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ଲେଖକ ସାମ୍ମୁଖ୍ୟ ସଭାପତି ହାଡିବନ୍ଧୁ ମାଳି, ଲେଖିକା ସାମ୍ମୁଖ୍ୟ ସଭାନେତ୍ରୀ ସ୍ବର୍ଣ୍ଣପ୍ରଭା ମିଶ୍ର ,ଉପଦେଷ୍ଟା ସ୍ବର୍ଣ୍ଣପ୍ରଭା ପାଢ଼ୀ, ସାଧାରଣ ସମ୍ପାଦିକା ଡ଼ ସୂଚନା ପାଢ଼ୀ, ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମଞ୍ଚାସୀନ ଥିଲେ, ବରିଷ୍ଠ କବି ଶିକ୍ଷାବିତ୍ ଭିକାରୀ ଚରଣ ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭ ରେ ବନ୍ଦ ଉତ୍କଳ ଜନନୀ ଗାନ କରାଯାଇଥିଲା। ବିଶିଷ୍ଟ ଚିତ୍ରଶିଳ୍ପୀ ସୁସାହିତ୍ୟିକ ଲେଖକ ସାମ୍ମୁଖ୍ୟ ସଦସ୍ୟ ବସନ୍ତ ପଟ୍ଟନାୟକ ଙ୍କ ଦେହାନ୍ତ ରେ ଗଭୀର ଶୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ‌ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଏହି ଅବସରରେ ଆସନ୍ତା ୨୫ ଡିସେମ୍ବର ରେ ଅନୁଷ୍ଠିତ ହେବାକୁ ଥିବା ଉଭୟ ଅନୁଷ୍ଠାନ ର ବାର୍ଷିକ ଉତ୍ସବ ଓ ମୁଖପତ୍ର ଋଷିକୂଲ୍ୟା ଏବଂ ସୃଜନୀ ପ୍ରକାଶ ସମ୍ପର୍କରେ ଆଲୋଚନା କରାଯାଇ ଥିଲା। ଅନୁଷ୍ଠିତ କବିତା ପାଠୋତ୍ସବ କୁ ଡ଼ ସୂଚନା ପାଢ଼ୀ ଙ୍କ ସଂଯୋଜନା କରିଥିବା ବେଳେ ଡକ୍ଟର ବନମାଳୀ ପାଣିଗ୍ରାହୀ, ସୁଖେନ୍ଦୁ କୁମାର ଦାସ, ଡ଼ ସରୋଜ କାନ୍ତ ରଥ,ଡ଼ ସୁବ୍ରତ କୁମାର ସାହୁ, ଦେବୀ ପ୍ରସାଦ ମହାପାତ୍ର, ନିତ୍ୟାନନ୍ଦ ପାଢ଼ୀ, ରାଧା ଚରଣ ନାୟକ, ବିଜୟ ଚନ୍ଦ୍ର ନନ୍ଦ, ପ୍ରେମ ଶିଳା ନନ୍ଦ,ପଦ୍ମିନୀ ମିଶ୍ର, ଭିକାରୀ ଚରଣ ମହାପାତ୍ର ଭଗବାନ ତ୍ରିପାଠୀ , ସୁଦାମ ପାଣିଗ୍ରାହୀ,ଡ଼ ଲକ୍ଷ୍ମୀ ନାରାୟଣ ପଣ୍ଡା, ଗିରୀଜା ଶଙ୍କର ଦାଶ,ଅନିଳ ତ୍ରିପାଠୀ, ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ଲେଖକ ସାମ୍ମୁଖ୍ୟ ଉପଦେଷ୍ଟା
ଡ଼ ବନମାଳୀ ପାଣିଗ୍ରାହୀ ଅନୁଷ୍ଠାନ ର ବାର୍ଷିକ ଉତ୍ସବ ପାଇଁ ସମସ୍ତ ଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here