ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅସଂଯତ ଅବସ୍ଥାରେ ଦେଖିବା ପରେ କ୍ରୀଡା ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ ସହ ମାରିଦେବା ପାଇଁ ଧମକ ! ଥାନାରେ ମାମଲା ରୁଜୁ

0
1378

ବ୍ରହ୍ମପୁର,୨୮/୧୧/୨୦୨୧: ବିଦ୍ୟାଳୟ ଭଳି ଏକ ପବିତ୍ର ଅନୁଷ୍ଠାନ ଭିତରେ ରଙ୍ଗିଲା ଶିକ୍ଷକଙ୍କ ରଙ୍ଗିଲା କର୍ମ ! ଘଟଣାକୁ ପ୍ରଘଟ ନକରିବା ପାଇଁ ଉକ୍ତ ଶିକ୍ଷକ ଧମକ ଦେବା ସହ ଆକ୍ରମଣ କରି ସମ୍ପୁକ୍ତ ଶିକ୍ଷୟିତ୍ରୀଙ୍କୁ ଧରି ଚମ୍ପଟ ମାରିବା ନେଇ କୋଦଳା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।ଏକଥା ଆମେ କହୁନୁ ଏ ନେଇ ଶିକ୍ଷୟତ୍ରୀ ଜଣଙ୍କ ଲିଖିତ ଏତଲା ଦାଏର କରିଛନ୍ତି । ଯେଉଁ ଘଟଣାକୁ ନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଅଞ୍ଚଳରେ ଚର୍ଚ୍ଚାଜୋର ଧରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଧକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦିନ କ୍ଲାସ ସରିବା ପରେ ଅପରାହ୍ନ ସମୟରେ ସମସ୍ତ ପିଲା ଓ ଶିକ୍ଷକ ଶିକ୍ଷୟିତ୍ରୀ ଘରକୁ ଯିବା ପରେ ଉକ୍ତ ବିଦ୍ୟାଳୟର ଶାରୀରିକଶିକ୍ଷା ଶିକ୍ଷୟିତ୍ରୀ ସୁପ୍ରିୟା ସ୍ବାଇଁଙ୍କ ଭେନିଟି ବିଦ୍ୟାଳୟ କାର୍ଯ୍ୟାଳୟରେ ଛାଡି ଯାଇଥିବା ବାଟରେ ମନ ପଡ଼ିଥିଲା । ଏହା ପରେ ସ୍କୁଲକୁ ଫେରି ଆସି ଦେଖିଲେ ବିଦ୍ୟାଳୟ ଫାଟକ ଭିତରୁ ବନ୍ଦ ଅଛି। ସେ ଏହି ଫାଟକକୁ ଖୋଲି ଆସି କାର୍ଯ୍ୟାଳୟ ନିକଟକୁ ଆସି କବାଟ ଭିତରୁ ବନ୍ଦ ଥିବା ଦେଖି କବାଟ ଖୋଲିବା ପରେ ଉକ୍ତ ବିଦ୍ୟାଳୟର ଶିକ୍ଷକ ପ୍ରକାଶ ଚନ୍ଦ୍ର ସେଠୀ ସେହି ବିଦ୍ୟାଳୟର ଜନୈକ ଶିକ୍ଷୟିତ୍ରୀଙ୍କ ସହ ଅସଂଯତ ଅବସ୍ଥାରେ ଅଛନ୍ତି। ସୁପ୍ରିୟାକୁ ହଠାତ ସେମାନେ ଦେଖି ଆଶ୍ଚର୍ଯ୍ୟ ହେବା ସହ ଏଠାକୁ କାହିଁକି ଆସିଲ ବୋଲି ପଚାରିବା ସହ ଏ କଥା କାହାରିକୁ କହିବନାହିଁ ବୋଲି ଧମକ ଦେଇ ଏକ ଶକ୍ତ ଚାପୁଡ଼ା ମାରି ତାଙ୍କ ବେକକୁ ଚିପି ଦେଇଥିଲେ। ସୁପ୍ରିୟା ଅସ୍ତବ୍ୟସ୍ତ ହୋଇ ଫାଟକ ବାହାରକୁ ଦୌଡ଼ି ଆସି ଲୋକଙ୍କୁ ଡାକ ପକାଇଥିଲେ। ଠିକ ସେହି ସମୟରେ ପ୍ରକାଶ ଗାଡ଼ିରେ ଆସି ପୁଣି ସୁପ୍ରିୟାଙ୍କୁ ଧକ୍କା ମାରି ଚାଲିଯାଇଥିଲେ। ସୁପ୍ରିୟା ସମସ୍ତ ଘଟଣା ଗାଁ ଲୋକଙ୍କ ସାମ୍ନାରେ କହିବା ପରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସା ହେବା ପରେ ଘଟଣା ସମ୍ପର୍କରେ ବେଗୁନିଆପଡା ଫାଣ୍ଡିରେ ଏକ ଲିଖିତ ଏତଲା ଦେଇଥିଲେ । ସେ ବାହାର ଜିଲ୍ଲାର ଶିକ୍ଷୟିତ୍ରୀ ହୋଇଥିବା ଯୋଗୁଁ ସେ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ପୋଲିସ ସମ୍ମୁଖରେ ପ୍ରକାଶ କରିବା ସହ ତୁରନ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି । ଏତଲାକୁ ଭିତ୍ତି କରି ପୋଲିସ ୬୧୯/୨୦୨୧ ଏବଂ ଧାରା ୧୩୩/ ୩୪୧/୩୨୩/୨୯୪/ ୫୦୬/୩୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।ବର୍ତ୍ତମାନ ଘଟଣା ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ଏହାର ତଦନ୍ତ କେଉଁ ଦିଗକୁ ଯାଉଛି ଓ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଛି। ଅପର ପକ୍ଷରେ ଏତଲା ଦେଇଥିବା ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଦାବୀ ହୋଇଛି। ସେପଟେ ପିଲାମାନେ ଏହି ଘଟଣା ପରେ ବିଦ୍ୟାଳୟକୁ ଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପଟେ ଶିକ୍ଷକଙ୍କ ଧର୍ମପତ୍ନୀ ମଧ୍ଯ ପାଲଟା ଏତଲା ଦେଇଥିବା ସୂଚନା ମିଳିଛି ।ଦେଖାଯାଉ ଆଗକୁ ଘଟଣା କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ? ଅନ୍ୟପଟେ ଏହାର ନିରପେକ୍ଷ ତଦନ୍ତ ପାଇଁ କିଛି ବୁଦ୍ଧିଜୀବୀ ଓ ସମାଜସେବୀ ମାନେ କହିବା ସହ ଘଟଣା ର ଠିକ୍ ସତ୍ୟତା ପଦାକୁ ଆସିବ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here