ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ଚକ୍ରାନ୍ତ କି ?

0
377

ବୁଗୁଡା, ୨୮/୧୧/୨୦୨୧:ବୁଗୁଡା ବନାଞ୍ଚଳ ଅନ୍ତର୍ଗତ, ମାଣିତରା ଗ୍ରାମ ପଞ୍ଚାୟତର ମଙ୍ଗରାଜପୁର ଗ୍ରାମର ଗରିବ ଚାଷୀ କବିରାଜ ପ୍ରଧାନ। ଗତବର୍ଷ ବନ୍ୟପ୍ରାଣୀ ବରାହ ତାଙ୍କର ଧାନ ଫସଲ ଖାଇ ନଷ୍ଟ କରିଦେଇଥିଲା। କ୍ଷତି ପୂରଣ ପାଇଁ ସେ ବୁଗୁଡା ବନାଞ୍ଚଳ ଅଧିକାରୀଙ୍କୁ ଦରଖାସ୍ତ ଦେଇଥିଲେ। ଦରଖାସ୍ତ ପରେ ବନ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରି କ୍ଷତିପୂରଣ ପାଇଁ ମଞ୍ଜୁରୀ କରିଥିଲେ। ସେଥିପାଇଁ ଗତ ମାର୍ଚ୍ଚ ମାସରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପଞ୍ଚଭୂତି ବନପାଳଙ୍କ କାର୍ଯ୍ୟାଳୟକୁ ଡକାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟର ଜେରକ୍ସ କପି ଓ ଅନ୍ୟାନ୍ୟ ଆବଶ୍ୟକ କାଗଜ ପତ୍ର ନେଇ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି କହିଥିଲେ। ହେଲେ ଅନ୍ୟମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବା ବେଳେ କବିରାଜ ପ୍ରଧାନଙ୍କ ଆକାଉଣ୍ଟକୁ ଟଙ୍କା ନଆସିନଥିଲା। ଯାହା ଫଳରେ କବିରାଜ ପ୍ରଧାନ ବୁଗୁଡା ବନାଞ୍ଚଳ କାର୍ଯ୍ୟଳୟ କୁ ଯାଇ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କବିରାଜଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଖି ଅନ୍ୟଜଣଙ୍କ ଖାତାକୁ ଚାଲି ଯାଇଛି ପାଞ୍ଚ ଛଅ ଦିନ ମଧ୍ୟରେ ତୁମ ଖାତାକୁ ତାଙ୍କ ଟଙ୍କା ଯିବ କହି କବିରାଜଙ୍କୁ ଅଫିସରୁ ବଦାୟ କରିଥିଲେ। ଏହିପରି ଗରିବ ଚାଷୀ କବିରାଜ ପ୍ରଧାନ ପାଞ୍ଚ ଥର ବୁଗୁଡା ବନାଞ୍ଚଳ ଅଫିସକୁ ଯାଇଥିଲେ ମଧ୍ୟ ସେହି ଗୋଟିଏ କଥା , ଆଉ ପାଞ୍ଚ ଛଅ ଦିନ ମଧ୍ୟରେ ତୁମ ଆକାଉଣ୍ଟକୁ ଟଙ୍କା ଯିବ କହି ଫେରାଇ ଦେଉଥିଲେ ମଧ୍ୟ ମାର୍ଚ୍ଚ ମାସରୁ ନଭେମ୍ବର ମାସ ଶେଷ ହେବାକୁ ଥିବାବେଳେ ଦୀର୍ଘ ୮ ମାସ ହେଲା ଶ୍ରୀ ପ୍ରଧାନଙ୍କ ଆକାଉଣ୍ଟକୁ ଟଙ୍କା ଆସିପାରି ନାହିଁ। ରାଜ୍ୟ ସରକାର ବନ୍ୟପ୍ରାଣୀ ଚାଷୀଙ୍କ ଫସଲ ନଷ୍ଟ କଲେ ତୁରନ୍ତ କ୍ଷତି ପୂରଣ ଟଙ୍କା ଦେବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ କବିରାଜ ପ୍ରଧାନଙ୍କ ଧାନ ଫସଲକୁ ବରାହ ଖାଇ ନଷ୍ଟ କରିବାର ପ୍ରାୟ ଏକ ବର୍ଷ ହୋଇଥିଲେ ମଧ୍ୟ ତାଙ୍କୁ କ୍ଷତି ପୂରଣ ଟଙ୍କା ମିଳି ପାରିଲା ନାହିଁ। ବର୍ତ୍ତମାନ କବିରାଜ ପ୍ରଧାନ ମାଣିତରା ପଞ୍ଚାୟତର ସରକାରୀ ଦଳର କେତକ ନେତାଙ୍କୁ କହିଲାଣି ଯେ ମୋର ଧାନ ଫସଲ ବରାହ ଖାଇଥିଲେ ମଧ୍ୟ ତୁମ ସରକାର କ୍ଷତି ପୂରଣ ଦେଉନାହାଁନ୍ତି, ମୁଁ ପଞ୍ଚାୟତ ନିର୍ବାଚନରେ ତମ ଦଳକୁ ଭୋଟ ଦେବିନାହିଁ। ବୁଗୁଡା ବନାଞ୍ଚଳ ଅଧିକାରୀଙ୍କ କ୍ଷତିପୂରଣ ଟଙ୍କା ଦେବାରେ ଅହେତୁକ ବିଳମ୍ବ କରିବା ଯୋଗୁଁ ଆଜି ରାଜ୍ୟ ସରକାରଙ୍କ ବଦନାମ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here