ରଙ୍ଗେଇଲୁଣ୍ଡା: ବିଜେଡ଼ି ର ମିଶ୍ରଣ ପର୍ବ ଅନୁଷ୍ଠିତ

0
366

ରଙ୍ଗେଇଲୁଣ୍ଡା,୨୮/୧୧/୨୦୨୧:ସମଗ୍ର ରାଜ୍ୟରେ ବିଜେଡ଼ିଦଳ ୨୧ବର୍ଷ ଧରି ନିଜର ଆଧିପତ୍ୟ ଜାହିର ରଖିଥିବା ବେଳେ ରବିବାର ଦିନ ରଙ୍ଗେଇଲୁଣ୍ଡା ବ୍ଲକ ମନ୍ତ୍ରୀଡି ଠାରେ ବିଜେଡ଼ି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ସୁଶାସନରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା ମନ୍ତ୍ରିଡି ସରପଞ୍ଚ ପ୍ରଶାନ୍ତଦାସ କହିଛନ୍ତି ପୁଣି ଆଗକୁ ଅଞ୍ଚଳରେ ବହୁ ଉନ୍ନତି ଆଣିବା ପାଇଁ ପ୍ରୟାସ ଜାରି ରଖିବା ଲୋକଙ୍କ ସହିତରହିବା ଏବଂ ଦଳରେ ରହି ଲୋକଙ୍କ ସେବା କରିବି ବୋଲି କହିଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡଅଧକ୍ଷ ତଥା ରାଜ୍ୟସଭା ସଦସ୍ୟ ସୁବାଷ ସିଂ ଙ୍କ ସହ ମୂଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡ଼ା.ଗୋପବନ୍ଧୁ ଦାସ, ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଦେବୀମିଶ୍ର, ଜିଲ୍ଲାବିଜେଡ଼ି ସଭାପତି ଡ଼ା.ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗୋପାଳପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସିଏଚ. ଭରତ, ଜିଲ୍ଲାସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ରକୋଠୀଆ, ବ୍ଲକଅଧ୍ୟକ୍ଷା ସିଏଚ୍ଚ.ଉଷାରାଣୀ,ବ୍ଲକ ସଭାପତି ଅଜିତଦାସ, ବ୍ଲକ ମହିଳାସଭା ନେତ୍ରୀ ପି.କମଳାରେଡ୍ଡୀ, ଜିଲ୍ଲା ଉପସଭାପତି ସିଏଚ୍ଚ. ଦିଲେଶ୍ୱର ରେଡ୍ଡୀ, ଜିଲ୍ଲାପରିଷଦ ସଭ୍ୟ ଶଶୀଭୂଷଣ ମହାନ୍ତି, ବରିଷ୍ଠ ନେତା ଅନୁଜ ନାୟକ,ବ୍ଲକ ଉପସଭାପତି ପ୍ରକାଶ ଚନ୍ଦ୍ରସାମନ୍ତ,ବ୍ଲକ କୋଷାଧ୍ୟକ୍ଷ ନୀଳ ମାଧବ ପାତ୍ର, ବ୍ଲକ ଯୁବସଭାପତି ବିନୋଦ ମହାଙ୍କୁଡ, ଛାତ୍ର ସଭାପତି ମିଲେନ୍ଦ୍ର ପ୍ରଧାନ, ଡି.ଚିନ୍ତାମଣି,ଯୁବନେତା ବାଲ୍ୟରାମ ଦଳେଇ, ବିଶ୍ବମ୍ବର ପାତ୍ର, ମୂର୍ତଞ୍ଜୟ ମହାରଣା, ଯୁବନେତା ଅଜିତ ରାଉଳ, ଦଣ୍ଡ ପାଣିଗ୍ରାହୀ, ସରପଞ୍ଚ ବିଷ୍ଣୁପ୍ରିୟା ନାୟକ, ସ୍ଵର୍ଣ୍ଣମୟୀ ପାଢ଼ୀ, ବାଇରୀ ପାତ୍ର, ବିଭୁତି ଭୁଷଣଲେଙ୍କା, ଏହି ମିଶ୍ରଣ ପର୍ବରେ ମନ୍ତ୍ରିଡି ସରପଞ୍ଚ ସମେତ ତାଙ୍କ ସମର୍ଥକ, ବିଶ୍ଵନାଥପୁରର ୪ଜଣ,ଗୋଳନ୍ଥରା ର ୩ଜଣ ଏବଂ ତାଙ୍କ କିଛି ସମର୍ଥକ, ଚାନ୍ଦପୁର ର ଜଣେ , ପଦ୍ମପୁରର ତିନି ଏବଂତାଙ୍କ ସମର୍ଥକ।ଏଥିରେ ମନ୍ତ୍ରିଡି, ଗୋଳନ୍ଥରା ସରପଞ୍ଚ ସମେତ ତାଙ୍କ ସମର୍ଥକ ସହ ବିଭିନ୍ନ ଦଳ ଛାଡ଼ି ବିଜେଡ଼ିରେ ଯୋଗଦାନ କରିଛନ୍ତି। ଏହି ମିଶ୍ରଣ ପର୍ବ ରେ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here