ଦୁର୍ଗା ଭଜନ ‘ବିପଦେ ଆପଦେ ସାହା’ ଉନ୍ମୋଚିତ

0
368

ବ୍ରହ୍ମପୁର,୨୮/୧୧/୨୦୨୧: ସ୍ଥାନୀୟ ପ୍ରକାଶମ ହାଲ ପରିସରରେ ଉନ୍ମୋଚନ ହୋଇଯାଇଛି ଏକ ସୁନ୍ଦର ଦୁର୍ଗା ମାଆଙ୍କ ଭଜନ ‘ବିପଦେ ଆପଦେ ସାହା” । ଏକ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଉନ୍ମୋଚନ ହୋଇଛି ଏହି ସୁନ୍ଦର ଭଜନ। ଉକ୍ତ ଭଜନ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଜାଜ ଆଲଏନ୍ସ ଆଞ୍ଚଳିକ ମୁଖ୍ୟ ଅଭିଷେକ ମିଶ୍ର ଯୋଗଦେଇ ଗୀତଟିକୁ ଉନ୍ମୋଚନ କରିଥିଲେ। ଏହି ଭଜନଟିକୁ ଏମ ମାଧବ ପାତ୍ର ସଂଗୀତରେ ସଜାଇ ଥିବା ବେଳେ କଣ୍ଠଦାନ କରିଛନ୍ତି ସମିତା ରାଣୀ ଆଚାର୍ଯ୍ୟ ଏବଂ ଗୀତ ରଚନା କରିଛନ୍ତି ଗୀତିକାର ରତ୍ନାକର ଶୀୟ।ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବ୍ରହ୍ମପୁର ନୁପୁର ଅନୁଷ୍ଠାନର ସୌଜନ୍ୟତା କ୍ରମେ ହୋଇଥିବା ବେଳେ ପ୍ରଯୋଜକ ଭାସ୍କର ମିଶ୍ର ସମସ୍ତ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ।ଅଡିଓ ଓ ଭିଡିଓ ସମ୍ପାଦନା ବଜରଙ୍ଗୀ ଷ୍ଟୁଡିଓ ପାଣ୍ଡବ ଭାଇ କରିଛନ୍ତି।ଭଜନଟି ଖୁବ ଭାବଭରା ହୋଇଥିବା ନେଇ ଚର୍ଚ୍ଚାର ପରିସରକୁ ଆସିଛି।

LEAVE A REPLY

Please enter your comment!
Please enter your name here